STORYMIRROR

ଗଣେଶ୍ୱର ବେହେରା

Fantasy

3  

ଗଣେଶ୍ୱର ବେହେରା

Fantasy

ପିଆସୀ କଳ୍ପନା

ପିଆସୀ କଳ୍ପନା

1 min
183

ତୁମ ଅନ୍ତର୍ଦାହକୁ

ମୁଁ ନିଇତି ଭେଟେ 

ମୋ ବ୍ୟସ୍ତତାର ଆଢୁଆଳରେ 


ମୋ କଳ୍ପନାର ସୀମା ସରହଦ

ଜମା ମାପି ପାରେନା 

ତୁମ ନୀରବତାର ଗଭୀରତାକୁ 


ବେଳେବଳେ ତୁମ ସାକାରିନ୍ ଚାହାଣୀ

ମୋତେ ଭାବୁକ କରିପକାଏ 

ମୋ ମୃଗତୃଷ୍ନା ହୃଦୟ

ଖୋଜିବୁଲେ ପ୍ରଣୟର ଅନାବିଳ ଝଙ୍କାର 


ମୁଁ ଆଉ ମୋ ପିଆସୀ କଳ୍ପନା

ନିସର୍ତ୍ତରେ ବନ୍ଧୁ ବାନ୍ଧନ୍ତି 

ଭିଜିବାକୁ ତୁମ ମତୁଆଲା ପ୍ରେମ ବର୍ଷାରେ 

ହଜିବାକୁ ତୁମ ଅଭିସାରିତ ବେଳାଭୂମିରେ 


କେବଳ ଅପେକ୍ଷା ....

ତୁମ ଲାଜକୁଳୀ ପାଦଚିହ୍ନ  

ଆଉ ନିଗିଡ଼ା ସମର୍ପଣକୁ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy