ପିଆସୀ କଳ୍ପନା
ପିଆସୀ କଳ୍ପନା
ତୁମ ଅନ୍ତର୍ଦାହକୁ
ମୁଁ ନିଇତି ଭେଟେ
ମୋ ବ୍ୟସ୍ତତାର ଆଢୁଆଳରେ
ମୋ କଳ୍ପନାର ସୀମା ସରହଦ
ଜମା ମାପି ପାରେନା
ତୁମ ନୀରବତାର ଗଭୀରତାକୁ
ବେଳେବଳେ ତୁମ ସାକାରିନ୍ ଚାହାଣୀ
ମୋତେ ଭାବୁକ କରିପକାଏ
ମୋ ମୃଗତୃଷ୍ନା ହୃଦୟ
ଖୋଜିବୁଲେ ପ୍ରଣୟର ଅନାବିଳ ଝଙ୍କାର
ମୁଁ ଆଉ ମୋ ପିଆସୀ କଳ୍ପନା
ନିସର୍ତ୍ତରେ ବନ୍ଧୁ ବାନ୍ଧନ୍ତି
ଭିଜିବାକୁ ତୁମ ମତୁଆଲା ପ୍ରେମ ବର୍ଷାରେ
ହଜିବାକୁ ତୁମ ଅଭିସାରିତ ବେଳାଭୂମିରେ
କେବଳ ଅପେକ୍ଷା ....
ତୁମ ଲାଜକୁଳୀ ପାଦଚିହ୍ନ
ଆଉ ନିଗିଡ଼ା ସମର୍ପଣକୁ.....।