STORYMIRROR

Arjuni charan Behera

Fantasy Others

3  

Arjuni charan Behera

Fantasy Others

ହଳଦୀ ହଳଦୀ ବାସ ଚହଟୁଛି

ହଳଦୀ ହଳଦୀ ବାସ ଚହଟୁଛି

1 min
149


ହଳଦୀ ହଳଦୀ ବାସ ଚହଟୁଛି

ମାମୁଁ ଆଣିଲେଣି ପାହାଳ ମିଠା l

ଅରୁଆ ଚାଉଳ ବିରି ଆଣ ବଟା

ତିଆରି ହେଉଛି ଏଣ୍ଡୁରୀ ପିଠା ll

ନଡ଼ିଆ କୋରଣୀ ଘାଇଁଘାଇଁ ବୁଲେ

ନଡ଼ିଆ କୋରାରେ ଗୁଡ଼କୁ ମିଶା l

ଛେନା ପୁର ଦେଇ ତାହାକୁ ଗୁଡ଼ାଇ

ହଳଦୀ ପତରେ ଚୁଲିରେ ବସା ll

ପିଠା ସିଦ୍ଧ ହେଲା ଉତାର ଚଞ୍ଚଳ

ଫଅଁ ଫଅଁ ଛୁଟେ ଅଥାର ବାମ୍ଫ l

ପୁର ସଙ୍ଗେ ଗୁଜୁରାତି,ଅଳେଇଚ

କର୍ପୁର ମିଶା କି ସୁଆଦ ବାପ ll

ହଳଦୀ ପତର ମହରଗ ଦର

କିଏ ପଚାରୁଛି ଦରକୁ ଭାଈ l

ଏଣ୍ଡୁରୀ ପିଠା ଏ ଓଡ଼ିଆ ସମ୍ପଦ

ଜଗତେ ତ ତାର ତୁଳନା ନାହିଁ ll

ବଡ଼ ପୁଅ ଶ୍ୟାମ କୁଳର ନନ୍ଦନ

ବଡ଼ ହୋଇ କୁଳ ନାମ ରଖିଥା l

ପ୍ରଭୁ ରାମଚନ୍ଦ୍ର ତ୍ରେତୟା ଯୁଗରେ

ଦ୍ୱାପରେ ରୋହିଣୀ ନନ୍ଦନ ଯଥା ll

ମହାପ୍ରଭୁ କ୍ଷେତ୍ରେ ପଢୁଆଁ ହୋଇଲେ

ନିଆଳିରୁ ଗଲା ପଢୁଆଁ ଭାର l

ମାମୁଁ ମାଧଵଙ୍କୁ ଅଧିଆ ପଡ଼ିଲୁ

ପରମ୍ପରା ହେଉ ଆମ ଅମର ll

ପ୍ରଥମା ଅଷ୍ଟମୀ ଓଡ଼ିଆର ପର୍ବ

ବନ୍ଦନା ହୁଅନ୍ତି ବଡ଼ ଦେବତା l

ଓଡ଼ିଆର ଜ୍ୟେଷ୍ଠ ଭାଈ ବଳରାମ

କି କହିବା ଆଉ ତାଙ୍କର କଥା ll

କି କହିବା ଆଉ ତାଙ୍କର କଥା !!!

          


Rate this content
Log in

Similar oriya poem from Fantasy