STORYMIRROR

Manju Rath

Fantasy

3  

Manju Rath

Fantasy

ଶୀତ

ଶୀତ

1 min
230

ଥରି ଯାଉଥାଏ ସେ ଦୁର୍ବଳ ଛାତି 

ନିଆଁ ଉମ୍ଭେଇ ଖୋଜୁ ଥାଏ 

ଦିନ ରାତି 

ସକାଳର କୁହୁଡ଼ି 

ବାଙ୍କୁଲି ବାଡିର ସାହା 


ଘାସ ଗାଲିଚାରେ ବରଫର ଚାଦର 

ଯୋତା ନଥିବା ପାଦ 

ଚାଲିପାରେନା 

ପାକୁଆ ପାଟିରେ 

ଗରମ ଚା'ର ସ୍ୱାଦ 

ଶୀତକୁ ଜାବୁଡି ଧରେ 


ଛିଣ୍ଡା କମ୍ବଳରେ 

ନା ଦେହ ଢାଙ୍କି ହୁଏ 

ନା ମନର କମ୍ପନ 

ବୃଦ୍ଧ କହୁଥାଏ ଶୀତ ତୁମେ 

ଆଉ ମୁଁ କାକରର

ବୁନ୍ଦା ବୁନ୍ଦା ଅନୁଭୂତିର 

କୁହୁଡ଼ିର ଅଦୃଶ୍ୟ ଗମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy