ଶୀତ
ଶୀତ
ଥରି ଯାଉଥାଏ ସେ ଦୁର୍ବଳ ଛାତି
ନିଆଁ ଉମ୍ଭେଇ ଖୋଜୁ ଥାଏ
ଦିନ ରାତି
ସକାଳର କୁହୁଡ଼ି
ବାଙ୍କୁଲି ବାଡିର ସାହା
ଘାସ ଗାଲିଚାରେ ବରଫର ଚାଦର
ଯୋତା ନଥିବା ପାଦ
ଚାଲିପାରେନା
ପାକୁଆ ପାଟିରେ
ଗରମ ଚା'ର ସ୍ୱାଦ
ଶୀତକୁ ଜାବୁଡି ଧରେ
ଛିଣ୍ଡା କମ୍ବଳରେ
ନା ଦେହ ଢାଙ୍କି ହୁଏ
ନା ମନର କମ୍ପନ
ବୃଦ୍ଧ କହୁଥାଏ ଶୀତ ତୁମେ
ଆଉ ମୁଁ କାକରର
ବୁନ୍ଦା ବୁନ୍ଦା ଅନୁଭୂତିର
କୁହୁଡ଼ିର ଅଦୃଶ୍ୟ ଗମନ ।
