STORYMIRROR

Chittaranjan Nanda

Abstract Fantasy Others

3  

Chittaranjan Nanda

Abstract Fantasy Others

ଆବର୍ଜନା ସଫା, ଫମ୍ପା ଭାଷଣ

ଆବର୍ଜନା ସଫା, ଫମ୍ପା ଭାଷଣ

1 min
194


ସବୁଠି ଅଳିଆ ଭର୍ତ୍ତି,

ଘୃଣା ତ ଲାଗୁଛି ଅତି,

ଦୁର୍ନୀତି, ଲାଞ୍ଚ ,ମିଛ ଓ ଟାଉଟରି,

ବଡ଼ ଠାରୁ ସାନ ଦପ୍ତରେ ରହିଛି ପୁରି

ଅଫିସର‌ ମନ୍ତ୍ରୀ ଅନ୍ୟାୟ, ଅନୀତି, 

ମଧୁ ଚନ୍ଦ୍ରିକା ରେ ଦେଖ ପ୍ରିୟା ପ୍ରୀତି |


ଦେଖିକି ଲାଗିଲା ଘୃଣା,

ମଣିଷ ହୁଏ ବାଟ ବଣା,

କାୟ-ମନ-ବାକ୍ୟ ରେ

ଆବର୍ଜନାମୟ ହୋଇଛି ରେ,

ଦୋଷ ଦେବା କାହାକୁ,

ରାଜନେତା କରିଛେ ତାଙ୍କୁ |


ମୁଖ ସବୁ ରାଜ ନେତାଙ୍କର

ହୋଇଛି ଘୃଣିତ, କୁତ୍ସିତ ଓ କଦାକାର 

ଛତ୍ର ଛାୟା ତଳେ ସମସ୍ତଙ୍କର

ହେଉଅଛି ଦିଆ ନିଆ କାରବାର |


ସବୁଠି ଅଛି, ସବୁଠି ଅଛି ଆବର୍ଜନା,

ଶୁଣିଲି ସଫା ସେ ଅଳିଆ ଆବର୍ଜନା,

ନେଇଛେ ଶପଥ ପରା ସଭା ମଣ୍ଡପ ରେ,

ଚୋର, ତସ୍କର ,ଗୁଣ୍ଡା ,ମାଫିଆ ରାଜନୀତି ରେ,

କେଉଁଠି କିପରି କରିବି ସଫା ତାଙ୍କ ଦୁରାଚାର

ସେ କଥା ଭାବି ଭାବି ହୋଇଗଲା ମୋତେ ଜ୍ୱର |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract