STORYMIRROR

Kalpana Kumari Pradhan

Fantasy

3  

Kalpana Kumari Pradhan

Fantasy

କଳ୍ପନା ରାଇଜେ

କଳ୍ପନା ରାଇଜେ

1 min
153

ଇଚ୍ଛା ହୁଏ କଳ୍ପନାର ଭାବାବେସେ 

  ଉଡୁଛୁ ମୁଁ ଗଗନେ

ଗ୍ରହ ତାରକା ସଙ୍ଗେ ଖେଳୁଛି କି ମଗନେ

ମନ କହେ ଅଛି ଅବା ସପନେ l


ଚାଲିଯାଏ ମନ ମୋର ସାଗରର ପାରେ

 ନିକାଞ୍ଚନ ସେ ରେଣୁକା ମୟ ପଥେ

ନିଃଶବ୍ଦ ର ଶବ୍ଦ ଧରି ହାତେ

ତଲ୍ଲୀନ ପରାଣ ମୋର ନିର୍ଜ୍ଜନତା ସାଥେ l


କଳ୍ପନା ଧାରେ ପୁଣି କେବେ କଳ୍ପ ଦ୍ରୁମ

ଦୀନ,ହୀନ,ଦୁଃଖୀ ଙ୍କର ମନସ୍କାମନା

ହରିବାକୁ ମୋର ଯେଉଁ ଭାବନା

ସକଳ ନିୟନ୍ତା ହରନ୍ତୁ ସର୍ବ ବେଦନା l


ମୁକ୍ତ ବିହଙ୍ଗ ପରାୟେ ଉଡ଼ନ୍ତି ଆକାଶେ

 ଭୁଲାଇ ସବୁ ଚିନ୍ତା ମନୁ

ଦେଖନ୍ତି କି ଶାନ୍ତି,ପ୍ରିତିର ଇନ୍ଦ୍ରଧନୁ

ତେଜନ୍ତା ସକଳ ବ୍ୟଥା ତନୁ l


Rate this content
Log in

Similar oriya poem from Fantasy