STORYMIRROR

Bunee Tripathy

Tragedy Fantasy

4  

Bunee Tripathy

Tragedy Fantasy

ସାଥି ବିନା

ସାଥି ବିନା

1 min
235


ଗଢିଥିବା ନୀଡ଼ ଭାଙ୍ଗି ଯାଏ ଯେବେ

   ସପନ ଯାଏ ତ ହଜି

ଦିବାରାତ୍ରି ମଧ୍ୟେ ଫରକ ପଡେନି

   ମନ ହେଉଥାଏ ଖୋଜି।


ଦୁଇଟି ଜୀବନ ଏକାଠି ହୋଇଲେ

  ନଈଡଟଇଏ ଖୋଜା ପଡେ

ଦିନରେ ବସନ୍ତ ରାତିରେ ବାସନ୍ତୀ

  ମିଳନ ରଜ୍ଜଉରଏ ଭିଡେ।


ଏକାଠି ହୋଇଣ ବିତାଇ ଥିଲେ ତ

  କେତେ ବସନ୍ତର ବାଆ

ଆଜି କିନ୍ତୁ ମୋତେ ଏକାକୀ କରିଣ

  ଉଡିଗଲା କେଉଁ ରାହା।


ବୟସର ଶେଷ ପାହାଚ ଉପରେ

  ହୋଇଛି ଛିଡା ମୁଁ ଆଜି

ତଥାପି ମନଟା ଝୁରୁଛି ସାଥିକୁ

  ଆଖିକି ପାରୁନି ଖୋଜି।


ବାର୍ଦ୍ଧକ୍ୟ ମୋହର ପଚାରୁଛି ଆଜି

  ନିଃସଙ୍ଗ ଜୀବନ କଥା

ଜୀବନ ସାଥିକୁ ହରାଇ କାନ୍ଦୁଛି

   ଅକୁହା ମନର ବ୍ୟଥା।


ଅବସର ପରେ ସାଥି ସଙ୍ଗେ ବସି

  ଖଟେଇବାକୁ ତ ରାତି

ଚନ୍ଦ୍ରବିଧୋଉତ ଜଓଛନଆର ତଳେ

  ହାତ ଧରିବାକୁ ସାଥି।


ହାତ ଜନ୍ମକୁ ସାଥି ହେବାପାଇଁ

  ଦେଇଥିଲେ କଥା ତୁମେ

ରଖିଲାନି କଥା ଛାଡିଦେଲ ହାତ

  ତଥାପି ଝୁରୁଛି ମନେ।


ହାଥିହରା ନୀଡ଼ ଜଳହୀନ ମାଛ

  ଜୀଇଁବାର ନୁହେଁ ସମ୍ଭବ

ସ୍ମୃତି ସବୁ ଆସି ଗୋଟିଗୋଟି କରି

  ମନରେ କରେ ତାଣ୍ଡବ।


ପରିଣତ ବେଳେ ନିଃସଙ୍ଗ ତ ଲାଗେ

  ସାଥି ବିନା ଏ ଜୀବନ

ମନ କଥା ସବୁ ରହିଯାଏ ମନେ

  ଗିରି ହୁଏତ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy