STORYMIRROR

Arjuni charan Behera

Fantasy Others Children

4  

Arjuni charan Behera

Fantasy Others Children

କୁହୁକ କାମିଜ

କୁହୁକ କାମିଜ

1 min
229

(ମୂଳ ଇଂରାଜୀ John Hay ଙ୍କ The

Enchanted Shirt ର ଭାବାନୁବାଦ )


ଏକଦେଶେ ଥିଲେ ଜଣେ ବହୁବଡ଼ ରାଜା l

ସୁଶାସକ ସୁଖେ ପାଳୁ ଥିଲେ ତାଙ୍କ ପ୍ରଜା ll

ଗୋଲାପପରାୟେ ତାଙ୍କ ଗାଲଥିଲା ଲାଲ l

ଖାଇପିଇ ରାଜା ଥିଲେ ଭାରି ଗୋଲଗାଲ ll

ରାଜାଙ୍କୁ ଘାରିଲା ଦିନେ ଅଜବ ବେମାରୀ l

ରାଜା ଖାଲି ଦିନରାତି ହେଲେ ତହୁଁ ଘାରି ll

ବୈଦ୍ୟ ମାନେ ଚିକିତ୍ସାରେ ଆସି ଅପ୍ରମିତ l

ନାଡ଼ି ଚିପି ବେମାରୀର ନପାଇଲେ ଅନ୍ତ ll

ଏମନ୍ତେ କହନ୍ତେ, କା'ର ମୁଣ୍ଡ କଟି ଗଲା l

କେହୁ ବା ବଇଦ ପ୍ରାଣଘେନି ପଳାଇଲା ll

କେହୁ ବା ବଇଦ ମାନି ରାଜା ଉପଦେଶ l

ବିଦ୍ୟାର୍ଜନେଗଲା ପୁଣି କେଉଁ ଦୂରଦେଶ ll

ଏଥର ବୈଦ୍ୟେକ ପହଞ୍ଚିଲେ ରାଜଦ୍ୱାରେ l

ବିଶେଷ ଜ୍ଞାନ ନ ଥିଲା ଚିକିତ୍ସା ଶାସ୍ତ୍ରରେ ll

ରାଜା ସୁସ୍ଥହେବେ ନିଶ୍ଚେ ଭରସି କହିଲେ l

କାମିଜଗୋଟିଏ ପିନ୍ଧି ରାତିଏ ଶୋଇଲେ ll

ଦୁନିଆଁରେ ଯେଉଁ ଲୋକ ସବୁଠାରୁ ସୁଖୀ l

କାମିଜ ଗୋଟିଏ ଆଣ ତାହାଠାରୁ ଦେଖି ll

ବଇଦଙ୍କ ଠାରୁ ଯେଣୁ ଏ ବାଣୀ ଶୁଣିଲେ l

ଦିଗ ବିଦିଗରେ ପାରିଷଦେ ଖେଦି ଗଲେ ll

ଚାରିଆଡେ଼ ଖୋଜିବୁଲି ହୋଇଣ ନିରାଶ l

ସର୍ବଶେଷେ ପହଞ୍ଚିଲେ ଏକ ବ୍ୟକ୍ତି ପାଶ ll

ଫୁଙ୍ଗୁଳାଦେହ ତା ସେହି ଗଛମୂଳେ ଥାଇ l

ନାଚିକୁଦି ଖେଳୁଥିଲା ସୁଖେ ଗୀତ ଗାଇ ll

ପାରିଷଦେ ମଣି ନିଶ୍ଚେ ସୁଖି ଗୋଟି ଏହି l

କହନ୍ତି ପାଶରେ ତାର ଶୁଣ ଆହେ ଭାଇ ll

ଏକ ରାତ୍ରୀ ପାଇଁ ତୁମ୍ଭ କାମିଜଟା ଦେବେ l

କାମିଜ ପିନ୍ଧି ସମ୍ରାଟ ନିରୋଗ ହୋଇବେ ll 

କଲ୍ୟାଣ ହୋଇବ ନିଶ୍ଚେ ଆମ୍ଭ ସଭିଙ୍କର l

ହୀରାନୀଳା ଆଣି ଦେବୁ ତୁମ୍ଭ ପୁରସ୍କାର ll

କଥା ଶୁଣି ଭିକାରୀଟା ବେଜାଏ ହସିଲା l

କହେ କାମିଜ ମୋହର କାହିଁଅଛି ଭଲା ll

ଏ ଜଗତେ ମୋରବୋଲି କିଛିନାହିଁ ଭାଇ l

ଏଣୁ ମୁଁ ଆନନ୍ଦେ କାଳ ଦେଉଛି କଟାଇ ll

ଫେରି ଆସି ତହୁଁ ସର୍ଵ ରାଜ କର୍ମଚାରୀ l

କହିଲେ ବୁଝିଲେ ରାଜା ମନରେ ବିଚାରି ll

କୁହୁକ କାମିଜୁ ରାଜା ଶିକ୍ଷା ଥିଲେ ପାଇ l

ଅସନ୍ତୋଷ, ସବୁ ରୋଗ କାରଣ ଅଟଇ ll

ଖୋଲିଦେଲେ ରାଜା ତହୁଁ ରୁଦ୍ଧବାତାୟନ l

ମନ୍ଦେ ମନ୍ଦ ବୋହୁ ଥିଲା ଗନ୍ଧ ସମୀରଣ ll

         


Rate this content
Log in

Similar oriya poem from Fantasy