STORYMIRROR

Gargi Mishra

Romance Fantasy Inspirational

4  

Gargi Mishra

Romance Fantasy Inspirational

ଜୀବନାମୃତ

ଜୀବନାମୃତ

1 min
220

ଅନଭିଜ୍ଞ ପଥଚାରୀ ଘଡିଏ 

ଥକ୍କାମାରି ସମ୍ଭାବନାର ଗଛତଳେ ବସି 

ନିଜର ଭାବି ଦୁଃଖ ଅନୁଭୂତି ବଖାଣୁ ଥାଏ


କେବେ ରାସ୍ତା ମଝିରେ ଭେଟୁଥିବା ବାଟୋଇ

ମାନଙ୍କୁ ତ କେବେ ଆଉଁଷି ଦେଉଥିବା ମଳୟକୁ 


ଆଉ କେବେ କେବେ ଥକି ପଡିଥିବା ପାଦ ତଳିପାକୁ

ଚୁମୁଥିବାଟୋପା ଟୋପା କାକରବୁନ୍ଦା ମାନଙ୍କୁ l


ପିଠି ତାର ଦୁଃଖ ପିଇ ପିଇ ବଙ୍କା

ଅଜ୍ଞାନ ଅନ୍ଧାର କରୁଛି ତାକୁ ବାଟବଣା 

ଦୁହିଁ ହେଇଯାଉଥିବା ବେକକୁ ଲମ୍ବାଇ 

ଚାରି ଚଉତା ମାନଚିତ୍ରକୁ ଖୋଲି 

ସଂକୁଚିତ ଆଖିରେ ଅଣ୍ଡାଳି 

ହେଉଥାଏ ସେ ପରିତୃପ୍ତିର ଠିକଣା 


କେତେ ପାଦଚିହ୍ନ ବିଲୁପ୍ତ ପ୍ରାୟ

କେତେ ସ୍ବପ୍ନର ଶେଫାଳୀ

ରାତି ସଙ୍ଗେ ହାରିଯାଇ

ଝରି ଯାଇଛନ୍ତି ଚୁନା ଚୁନା ହୋଇ 

ମଳୟ ଏତିକି ବେଳେ ବହେ ନୂଆ ମହକ ଫେଣ୍ଟି 

ହୃଦୟ ପ୍ରସାରିତ ନୂଆ ଆଲୋକକୁ ଭେଟି 


ପରିତୃପ୍ତିର ସନ୍ଧାନ ଛାଡି

ଅନଭିଜ୍ଞ ପଥଚାରୀ ମନେ ଜାଗେ ଖୁସି ଓ ଉନ୍ମାଦନା

ନଥାଏ ତାକୁ ଅବୁଝା ଭୂଗୋଳ ପଢି 

କରିବାର କେଉଁ ଇତିହାସ ରଚନା 


ପ୍ରୀତିର ପଣତରେ ପୋଛିନେଇଯାଏ କ୍ଲାନ୍ତି

ଦେହର ଶିରା ପ୍ରଶିରାରେ ଯୌବନ ଭର୍ତ୍ତି 

ପରିତୃପ୍ତିର ସନ୍ଧାନରେ


ଗହଣା ପରି ଜାବୁଡି ଧରିଥିବା ଅବଶିଷ୍ଟ ସମୟ ଖର୍ଚ୍ଚ କରିବା

ଭାବିଲା ଗଣ୍ଠିଲିରେ ପଡ଼ିଥିବା ବଳକା ଜୀବନକୁ

ଚାଲ ଥୋଡେ ନିଜ ପାଇଁବି ଖର୍ଚ୍ଚକରିବା l

ଆଜି ନିଜେ ହିଁ ପାଲଟିଛି ଖୁସିର ଠିକଣା

ଜୀବନାମୃତ ପିଇ ପାହାଡ଼ ପରି ସେ ବଳୀୟାନ 

ସୂର୍ଯ୍ୟର ଅରୁଣିମା ମୁଠାଇ ଦମ୍ଭଧରି ଠିଆ 

ଏକ ଅପୂର୍ବ ପୁଲକରେ ସେ ଆୟୁଷ୍ମାନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance