STORYMIRROR

Sanjya Tripathy

Romance

3  

Sanjya Tripathy

Romance

ପ୍ରେମ- ଏକ ପୃଥକ ପରିଭାଷା

ପ୍ରେମ- ଏକ ପୃଥକ ପରିଭାଷା

1 min
159


ରକ୍ତ ଗୋଲାପର ଗହ ଗହ ବାସ୍‌ନାରେ

ସୀମଂତିନୀ ସତୀର ସମ୍ମୁଜ୍ଜ୍ବଳ ସିଂଦୂର ସିଂଦୁରେ

ପ୍ରତିଲଗ୍ନା ପ୍ରିୟାର ମୌସୁମୀ ସିତା ପଣତ କାନିରେ

ଆସିଛି ପ୍ରେମର ପ୍ରଥମ ଚଇତି ପର୍ବ ।

ସଂପର୍କର ସୁରମ୍ୟ ଗୃହନଶୀଳତାରେ

ଏକ ପରିବର୍ତିତ, ପୃଥକ ପରିଭାଷାରେ

ପ୍ରଗତିଶୀଳ ଆଭିମୁଖ୍ୟର ନବସର୍ଜନାରେ

ଆସିଛି ପ୍ରେମର ଭିନ୍ନ ଏକ ଦିଗଂତ ।

ଅନଂତ ଯୌବନା ମୌସୁମୀର ଅପେକ୍ଷିତ ଆଗମନରେ

ନବଦୁର୍ବାଦଳରେ ଶୋଭିତ ପ୍ରକୃତି ରାଣୀର ବୈଚିତ୍ରରେ

ବନ୍ୟ ମୟୁରୀର ଚପଳା, ଚଲଚଂଚଳା ରିମ୍ଝିମ୍ ନୃତ୍ୟରେ

ଆସିଛି ପ୍ରେମର ଚଉହଦୀ ।

ଗୋଧୂଳୀ ସଂଧ୍ୟାରେ ପ୍ରତିପୁଷ୍ପା ଗ୍ରାମ୍ୟ କିଶୋରୀର ଘରବାହୁଡାରେ

ଭାଗବତ ପୁଂଗୀରେ ସମ୍ବାଦ ଓ ଭଜନର ମିଳିତ ସାହାନାଇରେ

ପଥକାଂତ ଶ୍ରମିକର ପ୍ରଶଂତ ପ୍ରଲେପରେ

ଆସିଛି ପ୍ରେମର ଅକୁହା କାହାଣୀ ।

ନଷ୍ଟଗଂଧର୍ମର ଅଂତରଂଗ ଅସହାୟତାରେ

ଗୃହବଂଦୀ ବାଲ୍ମୀକିଂକ ଅନ୍ୟ ଏକ ରାମାୟଣରେ

ପରିତ୍ୟକ୍ତ ମାନବିକତାର ଅପାଂକ୍ତେୟ ପ୍ରାସଂଗିକତାରେ

ଆସିଛି ପ୍ରେମର ପରାବ୍‌ଧ ଓ ପ୍ରତ୍ୟୁଷ ପର୍ବ ।


Rate this content
Log in

Similar oriya poem from Romance