ପ୍ରେମ
ପ୍ରେମ
ପ୍ରେମ ନୁହେଁ ଖେଳ ଖେଳିବ ଦି ଦିନ
ମନ ଇଚ୍ଛା ଭାଙ୍ଗିଦେବ
ପ୍ରେମ ତ ଶାଶ୍ଵତ ଶୁଦ୍ଧ ଅନ୍ତଃ ସ୍ରୋତ
ନୈସର୍ଗିକ ଅନୁଭଵ।।
ପ୍ରେମ ଶୁଦ୍ଧ ପୂତ ସର୍ବଦା ପବିତ୍ର
ହୃଦ ମନ୍ଦାକିନୀ ଧାରା
ପ୍ରେମର ମହତ୍ତ୍ଵ ତ୍ୟାଗେ ସମାହିତ
ନୁହେଁ କଳଙ୍କ ପସରା।
କାମନା ବାସନା ଛଳନା ଲାଞ୍ଛନା
ପ୍ରେମରେ କେବେ ନ ଥାଏ
ନୁହେଁ ସେ ଦୈହିକ ଆଶାତୀତ ସୁଖ
ମର୍ଯ୍ୟାଦାକୁ ଲଙ୍ଘି ଯାଏ।
ନ ବୁଝି ନ ଶୁଝି କରନ୍ତି ବିକୃତି
ସେ ସ୍ୱର୍ଗୀୟ ଭାବନାକୁ
ସେ ଅମର ପ୍ରେମ ସତ୍ୟ ଚିରନ୍ତନ
ରହିଛି ଯୁଗ ଯୁଗକୁ l

