ଚନ୍ଦ୍ରମା
ଚନ୍ଦ୍ରମା
ଚନ୍ଦ୍ରମା ଗୋ ତୁମ ଶୀତଳ କିରଣେ
ରହିଛି କି ଯାଦୁ କୁହନା ,
ସ୍ପର୍ଶ ମାତ୍ରେ ଦେହୀ ଛୁଟେ ପ୍ରେମ ନଈ
ଥଳ କୂଳ କିଛି ମାନେନା ।
ତୁମ ଜୋଛନାରେ ଭରିଅଛି ସତେ
ନିଷ୍କାମ ସେବାର ଭାବନା,
ଉପସମ ହୁଏ ସବୁ ଦୁଃଖ କଷ୍ଟ
ଅବାଞ୍ଛିତ ଯେତେ ଯାତନା ।
ପ୍ରେମ ଭରା ଭାଷା କୁହେ ପ୍ରେମୀ କାନେ
ଜାଗଇ ହୃଦୟେ ପୁଲକ ,
ପ୍ରୀତି ଭରା ନେତ୍ରେ ଚାହେଁ ଅପଲକେ
ଦେଖିବାକୁ ରୂପ ଝଲକ ।
ତୁମ ଆଲୋକରେ ଭାବି ବସେ କବି
ଲେଖିବାକୁ ପ୍ରେମ କବିତା ,
ପ୍ରେମ ପାରାବାରେ ଭାସେ ତା'ର ମନ
ଚଞ୍ଚଳ ହୁଏ ଲେଖନୀ'ତା ।
ସରସୀରେ କଇଁ ତୁମକୁ ଅନାଇଁ
ବିନିଦ୍ରେ ବିତାଏ ରଜନୀ ,
ନିଶି ଯେବେ ପାହେ ମନ ମାରି ରହେ
ଯେସନ ବିରହୀ ସଂଗିନୀ ।