STORYMIRROR

Binodini Dash

Romance

3  

Binodini Dash

Romance

ପ୍ରିୟା

ପ୍ରିୟା

1 min
144


ସବୁଠୁ ସୁନ୍ଦର ସବୁଠୁ ଗୁଣର

ଲାଗଇ ମୋତେ ମୋ ପ୍ରିୟା

କଂକଣ ପାଉଁଜି ରୁଣୁଝୁଣୁ ବାଜି

ସ୍ପନ୍ଦିତ କରେ ମୋ ହିଆ ।


ସ୍ନେହ ମମତାର ପରଶ ମଧୁର

ସତେ କି ଝରେ ଅମୃତ 

ଧୀର ନମ୍ର କଥା ହରି ନିଏ ବ୍ୟଥା

ଗାଇ ବିଶ୍ବାସ ସଙ୍ଗୀତ

ସୁଖଦୁଃଖ ଦୁଇ ସଦା ପାଖେ ଥାଇ

ସାଜିଥାଏ ମୋର ମିତ

ସମ୍ପର୍କ ବନ୍ଧନ କେତେ ମୂଲ୍ୟବାନ

ବୁଝି ଥାଏ ସମର୍ପିତ

ଗୁଣ ପାଶେ ରୂପ ଦିଶେ ଚକଚକ

ସତେ କି ଚାନ୍ଦ ଉଦିଆ ।


କେତେ ବାଛି ବାଛି ପରଖି ଆଣିଛି

ମୋ ଜୀବନ ପରିଧିରେ

କଳଂକ ବିହୀନ ତା'ର ତନୁ ମନ

ମୋତେ ସବୁବେଳେ ଝୁରେ

ସପନରେ ହେଉ ଅବା ଜାଗରଣେ 

ମୁଁ ତା'ର ମନ ମନ୍ଦିରେ

ତାହା ସହ ଭାବ ପ୍ରୀତି ଅନୁଭବ

ମନରୁ ଭୁଲି ନପାରେ

ଏମିତି ମୋ ପ୍ରିୟା ସାଜି ମୋ ଦୁନିଆ

କରିଛି ପ୍ରେମେ କିମିଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance