STORYMIRROR

Alaka Nanda

Romance

3  

Alaka Nanda

Romance

ପ୍ରେମ

ପ୍ରେମ

1 min
190

ଜୀବନ ର ସେଇ ରଙ୍ଗୀନ ବୟସେ ବାପା ଦେଲେ ହାତ ଛନ୍ଦି,

ଜଣାପଡିଲାଣ କେତେବେଳେ ଦିନ କେତେବେଳେ ହେଲାରାତି

ଯେଉଁ ପୁରୁଷକୁ ଦେଖିବି ନ ଥିଲି,ତା ହାତ ଧରି ଗଲି,

ଅଜଣା ଅଶୁଣା ପୁରୁଷ ଆଖିରେ ନିଜକୁ ହଜାଇ ଦେଲି।

ସେ ପୁରୁଷ ସାଥେ କେବେ ପ୍ରେମ ହେଲା ଉତ୍ତର ମୁଁ ନ ପାଇଲି,

କର୍ତ୍ତବ୍ୟର ଆଢୁଆଳେ ଜୀବନ ର ଦିନ ଗଲା ସରି ସରି,।

ଜଣା ପିଡିଲାନି କେତେବେଳେ ମତେ ଯଉବନ ଦେଲା ଛାଡି,

କୁମାରୀ ଜୀବନୁ ହେଇ ଯାଇଥିଲି ମୁଁ ଗୋଟେ ଦରବୁଢି। 

ହଠାତ୍ ଲାଗିଲା ସ୍ନେହ କି କର୍ତ୍ତବ୍ୟ ନୁହଁ ସେତ ଅଟେ ପ୍ରେମ, 

ଗୁନ୍ଥି ହେଇ ତାଙ୍କ ଜୀବନେ ଯାଇଚି ମୋ ରି ପ୍ରାଣ କୁସୁମ।

ସେଇ ବୋଧେ ଅଟେ ପ୍ରେମ।

ସେଇ ବୋଧେ ଅଟେ ପ୍ରେମ।

ସେଇ ବୋଧେ ଅଟେ ପ୍ରେମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance