STORYMIRROR

SUKANTA KHANDA

Romance

3  

SUKANTA KHANDA

Romance

ଖେଳ

ଖେଳ

1 min
180

ଖେଳ ଖେଳୁଥିଲି ହେତୁ ହେଲା ଦିନୁ

ସମ ବୟସଙ୍କ ସହ

ବିପରୀତ ଲିଙ୍ଗ ପାଇଲେ କାହିଁକି

ଛାଡି଼ପାରେ ନାହିଁ କହ?୧


ଈଶ୍ୱର ମୋହର ହୃଦୟରେ କେତେ

ସୁବାସକୁ ବୁଣିଛନ୍ତି

ସେ ପାଇଁ ସମୁଦ୍ର ତରଙ୍ଗ ପରିକା

ଉଚ୍ଛୁଳାଇ ଦେଉଛନ୍ତି।୨


ମୋହର କାମନା ଯିଏ ପାଇଅଛି

ଛାଡେ଼ନା ଜୀବନେ କେବେ

ବିନା ଡାକରାରେ ବିପରୀତ ଲିଙ୍ଗ

ଆସନ୍ତି ଚୌଦିଗୁ ଭବେ।୩


ପ୍ରଚାର ପ୍ରସାର ହୋଇଲା ମୋହର

ଗାଆଁରୁ ରାଜ୍ୟ ଓ ଦେଶ

ମହୁମାଛି ଯେହ୍ନେ ଫୁଲର ସୁବାସେ

ଆସନ୍ତି ହୋଇ ହରଷ।୪


ମୋହର ଫୁଲରେ ବସିକି ସଭିଏଁ

ଧନ୍ୟ ହୋଇଯାନ୍ତି ଯେବେ

ଆହୁରି କାହାକୁ ସାଙ୍ଗରେ ଧରିକି

ଆସନ୍ତି ଭାବିକି ଗର୍ବେ।୫


ଟଙ୍କା ଦେଇଯାନ୍ତି ଖେଳ ଖେଳିସାରି

ମନକୁ ପାଇଲେ ତାଙ୍କ

ଖୋଲା ରହିଥାଏ ହୃଦ ଏ ମନ୍ଦିର 

ସଭିଏଁ ଯେମିତି ରଙ୍କ।୬


ସମୟ ସୁଅରେ ଟଙ୍କା କମେଇଲି

କଲି ଛାତ ଘର କେତେ

ଘୋଡା଼ ଗାଡି଼ ସହ ସଞ୍ଚୟ କରିଲି

ବ୍ୟାଙ୍କରେ ଯାହାକୁ ଯେତେ।୭


ଆଜିକାଲି ମୋର ବୟସ ବଢି଼ଲା

ରୂପ ଓ ଯୌବନ ସବୁ

ମଳିନ ପଡି଼ଲା ସମୁଦ୍ରେ ଯେମିତି

ଭଟ୍ଟାରୁ ନୁହେଁ କେ' କାବୁ?୮


ସମୟ ସ୍ରୋତରେ ସଭିଏଁ ଦୂରେଇ

ଚାଲିଗଲେ ପାଖୁ ମୋର

ଏକୁଟିଆ ଏବେ ନ ଖେଳି ପାରିକି

ବହୁଛି ଅନନ୍ତ ଝର।୯


ରୂପ ଓ ବାସନା ବଳରେ କାହିଁକି

ଅବାଟରେ ଗଲି ମୁହିଁ

ଘୃଣିତ ମୁହଁକୁ ଦେଖିବା ସହିତ

ଖେଳିବା କେ' ଚାହୁଁ ନାହିଁ।୧୦

     ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance