STORYMIRROR

Prahallad Sahoo

Romance Classics Inspirational

3  

Prahallad Sahoo

Romance Classics Inspirational

ପଞ୍ଚୁକ ରେ ପାଞ୍ଚ ବେଶ

ପଞ୍ଚୁକ ରେ ପାଞ୍ଚ ବେଶ

1 min
135


ପ୍ରଭୁ ଜଗନ୍ନାଥ ଶ୍ରଦ୍ଧାରେ ଦେଖାନ୍ତି ପଥ 

ପଞ୍ଚୁକ ପାଞ୍ଚ ଦିନେ ହୁଅନ୍ତି ପାଞ୍ଚ ବେଶ। 


ଶୁକ୍ଳ ଏକାଦଶୀ ଦିନ ଠିଆକିଆ ବେଶ

ଦ୍ଵାଦଶୀ ତିଥି ରେ ପ୍ରଭୁ ବାଙ୍କଚୁଡ ବେଶ।


ତ୍ରୟୋଦଶୀ ରେ ହୁଅନ୍ତି ଆଡ଼କିଆ ବେଶ 

ଚତୁର୍ଦ୍ଦଶୀ ତିଥି ରେ ସେ ଡାଳକିଆ ବେଶ।


କାର୍ତ୍ତିକ ପୂର୍ଣ୍ଣମୀ ର ରାଜ ରାଜେଶ୍ୱରୀ ବେଶ 

ଏହି ଭାବେ ପାଞ୍ଚ ବେଶେ ଦିଅନ୍ତି ଆଶିଷ।


ପ୍ରଭୁ ଭକତ ର ମନ ଲାଗି କରନ୍ତି ଲୀଳା

ଭାବ ବିନୋଦିଆ ପ୍ରଭୁ ଭାବ ରେ ଭୋଳା ।


ଶ୍ରଦ୍ଧା, ଭକତି ରେ ଭକତ ହୃଦୟରେ ବନ୍ଧା 

କୋଟି ପାତକ ହରନ୍ତି ସେ ଶ୍ରୀଚରଣ ଛନ୍ଦା।


ସେହି ପଦ ଧ୍ୟାୟୀ ପ୍ରଭୁ କରେ ମୁଁ ବିନତି 

ତବ ଶ୍ରୀ ପୟରେ ରଖି ଫେଡ ମୋ ଦୁର୍ଗତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance