STORYMIRROR

ଗଣେଶ୍ୱର ବେହେରା

Romance

4.0  

ଗଣେଶ୍ୱର ବେହେରା

Romance

ପ୍ରେମ

ପ୍ରେମ

1 min
158


ପ୍ରେମ 

ଦୋଦୋପାଞ୍ଚର ବହଳେ ଢୋକିଲା ଛେପ

ଆଖିରେ ଆଖିଏ ଡରଡର ଇସାରା 

ଚିହ୍ନାସ୍ଵର ବାରୁଥିବା ବିରହୀ କାନ ।


ପ୍ରେମ 

ଝଅଟ ପାହାନ୍ତା ହେବାର ଛଟପଟ ମନ

ମନେମନେ ଦରାଣ୍ଡୁଥିବା ଅସ୍ତବ୍ୟସ୍ତ କୋହ

ଭୂଇଁରେ କାଟୁଥିବା ଆନମନା ଗାର ।


ପ୍ରେମ

ମଥା ଛୁଇଁ କଥା ଦେବାର ସତ ନାଟକ

ହାତ ଧରି ଚାଲିବାର ବାଜି ଲଗା ରାଣ 

ଜୀବନ ଜୀଇଁବାର ଏକ ବଘରା ସମୀକରଣ ।


ପ୍ରେମ 

ଆଗକୁ ମାଡ଼ିବାର ଅମାନିଆ ଉତ୍ତରା ପବନ 

ରହଣିଆ ଖୁଣକୁ ମାଜିବାର ଜିଦିଆ ବାଲିକାଗଜ 

କୋଳାକୋଳି ହୋଇ ବଞ୍ଚି ବାର ମିଠା ଦରଜ ।



Rate this content
Log in

Similar oriya poem from Romance