STORYMIRROR

BAIRAGI CHARAN SAHOO

Romance

3  

BAIRAGI CHARAN SAHOO

Romance

ରାଣୀ ପରୀ

ରାଣୀ ପରୀ

1 min
172


ଦେହ ଛୁଇଁ କୁହ ପ୍ରିୟା

        ଆଗୋ ରାଣୀ ପରୀ

ଝୁରିବନି କେବେ ମୋତେ

        ଯଦି ଯାଏ ମରି

ଦେହଛୁଇଁ କୁହ ପ୍ରିୟା ଆଗୋ ରାଣୀ ପରୀ  ।

ନୀରବେ ଲୋତକ ଢ଼ାଳି

     କରିବନି ମାନ

ଭୁଲିଯିବ ପରଦେଶୀ

     ମଧୁର ମିଳନ

ଆସିଥିଲା ସାଜିଦିନେ

    ମନକଲ ଚୋରି

ଦେହଛୁଇଁ କୁହ ପ୍ରିୟା ଆଗୋ ରାଣୀ ପରୀ  ।

ଆଗୋ ରୂପସୀ କାମିନୀ

 &n

bsp;   ମୋ ମନ ମାନିନୀ

ଅଧା ଲିପା ସ୍ମୃତି ଆମ

     ଅତୀତ କାହାଣୀ

କଥା ଦିଅ ରାଣଖାଇ

     ଆଗୋ ସୁନା ଗୋରୀ  

ଦେହଛୁଇଁ କୁହ ପ୍ରିୟା ଆଗୋ ରାଣୀ ପରୀ  ।

ଦେଖ ଆକାଶେ ହସଇ

     ରୂପେଲି ଚନ୍ଦ୍ରମା

ଅଶ୍ରୁ ପୋଛି ଅଭିସାରେ

     ହସ ପ୍ରିୟତମା

ବିରହ ବେଦନା ଭୁଲି

     ରଚ ଅଭିସାର

ଦେହଛୁଇଁ କୁହ ପ୍ରିୟା ଆଗୋ ରାଣୀ ପରୀ  ।


Rate this content
Log in

Similar oriya poem from Romance