STORYMIRROR

Puspanjali Panda

Romance

3  

Puspanjali Panda

Romance

ପ୍ରେମ

ପ୍ରେମ

1 min
205


ଦେହ ଦେହଳୀର 

ଖେଳଘର ସାଜି

କାମନା ପ୍ରବୃତ୍ତି  

ବଢାଇ ଚାଲେ ।

ସୃଷ୍ଟି ସମ୍ଭାର ର

ଦ୍ରୂତ ଆକର୍ଷଣ

ନିଆଁ ଲିଭାଏ ସେ

ନିଆଁ ରେ ଖେଳେ ।

କାଚ କାନ୍ଥ ପରି 

ଝଣଝଣ ଭାଙ୍ଗେ

ବିଶ୍ଵାସ ନିଶ୍ଵାସ 

ରହିତ ହୋଇ

ଫିଟେ ଉର୍ଦ୍ଧ୍ବ ଦ୍ବାର 

ରୁଦ୍ଧ କାରାଗାର

ରକ୍ତରେ ବହେ 

ପ୍ରେମର ନଈ।

ହୃଦୟ ମିଶିଲେ

 ଦେହ ରହିଯାଏ

ଅନାବିଳ ସାଶ୍ଵତ

 ଏ ବନ୍ଧନ

ତ୍ୟାଗ ସମର୍ପଣ

 ସବୁ ବିଷକାଟେ

ପ୍ରେମ ରେ ପ୍ରେମରେ

 ଜିଏ ଜୀବନ।


Rate this content
Log in

Similar oriya poem from Romance