STORYMIRROR

Prahallad Sahoo

Abstract Romance Classics

3  

Prahallad Sahoo

Abstract Romance Classics

ସମ୍ପର୍କ ଓ ଖୁସି

ସମ୍ପର୍କ ଓ ଖୁସି

1 min
187

ସମ୍ପର୍କର ସେତୁଟିଏ ବାନ୍ଧି ଦେଇ

ଯଦି ଚାଲିଯିବାର ଇଛା ଥିଲା

ତେବେ

ମୋହମୁଗ୍ଧ କରି ରାବଣକୁ ଧ୍ବଂସ ନକରି

କାହିଁକି ଯୁଦ୍ଧର ବିଭୀଷିକା ରଚିଲେ

ପ୍ରଭୁ ଶ୍ରୀରାମ ?

ସେତୁ ତ ବାନ୍ଧି ନଥିଲେ ---

ଧ୍ବଂସର ତାଣ୍ଡବ ଲୀଳା ପାଇଁ,

ପୂର୍ଣ୍ଣମୀରେ ଅନ୍ଧକାର ଆଛନ୍ନ ପାଇଁ,

ଜୀବନକୁ ଯନ୍ତ୍ରଣାଗ୍ରସ୍ତ କରିବା ପାଇଁ,

ଆତ୍ମାକୁ ପ୍ରେତାତ୍ମାର ଅଭିରୂପ ଦେବା ପାଇଁ ?

ନିର୍ମାଣିଥିଲେ ସେତୁ ବନ୍ଧ ରାମ ଚନ୍ଦ୍ର

କରିବାକୁ ସତୀ ମାତା ସୀତା ଉଦ୍ଧାର ।

କି ଅର୍ଥେ ତୁମେ ରଚି ଥିଲ ଏ ସେତୁ

ଯେଉଁଠି ନା ଅଛି ଆତ୍ମ ବଢିମା

ନା ସଂମ୍ପର୍କର ଦ୍ୱାହି ଅବା ଆତ୍ମୀୟତା !

ବନ୍ଧନର ବନ୍ଧ ଭାଙ୍ଗିଗଲା ପରେ

କେଉଁ ବନ୍ଧ ଆଉ ବାନ୍ଧିବ ତୁମେ ?

ସବୁ ସାନ୍ତ୍ବନା ଶେଷ ହେବା ପରେ

କେଉଁ ଆଶ୍ବାସନା ଦେବ ତୁମେ ?

ଆଖିର ଆଶୁରେ ଅବା ସିନ୍ଧୁ ଟିଏ ନହେଉ

ତୁମ ପାଇଁ ଆଉ ସେତୁଟିଏ ଗଢା ନହେଉ

ସ୍ନେହ ମମତାର ଇଟା ପଥରରେ

ଗଢିଥିବା ସେତୁ ଭାଙ୍ଗି ନଯାଉ

ମନ ପ୍ରାଣର ସିମେଣ୍ଟ ବାଲିରେ

ଆମ ସମ୍ପର୍କର ସେତୁ ବଜ୍ର ହେଉ।

କାହିଁ ରାମ ଚନ୍ଦ୍ର, କାହିଁ ମାତା ଦେବୀ ସୀତା

ତ୍ରେତୟା ଯୁଗରେ ଦୁଇ ମନର ଆତ୍ମୀୟତା ।

ରାଧା କୃଷ୍ଣ ପ୍ରେମେ ଗୋପ ବୃନ୍ଦାବନ ସତ୍ତା

ବଡ ଅହେତୁକି ଦ୍ବାପର ଯୁଗର ଏ ସତ୍ଯତା ।

ଏପଟେ ଝୁରୁଛି ମୁଁ ଅହର୍ନିଶ ଭାବି ତୁମ କଥା

ସେପଟେ କାହା ସଙ୍ଗେ ତୁମେ ହୁଅ ବାରତା?

ଏ କଳି ଯୁଗେ ସର୍ବତ୍ର ମିଛ "ବନ୍ଧ-ନ" ର ବନ୍ଧୁତା

ଏଠି କଳି ପ୍ରକୋପରୁ ସେତୁରେ ଭରା ସଠତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract