STORYMIRROR

suchismita Panda

Fantasy Inspirational Others

4  

suchismita Panda

Fantasy Inspirational Others

କାହିଁକି ଏତେ ଜରୁରୀ !!!

କାହିଁକି ଏତେ ଜରୁରୀ !!!

1 min
273

କେହି କହି ପାରିବ କି

ଏଇ ଦୁନିଆରେ ସୁନ୍ଦରୀ ହେବା

କାହିଁକି ଏତେ ଜରୁରୀ !!!

ଆଖି ଅଛି କାନ ଅଛି

ହାତ,ଗୋଡ ମଧ୍ୟ ସୁସ୍ଥ ସବଳ ଅଛି

ଓଠ ଅଛି ହସବି ଫଟୁଛି

କଳା ଘନ ଚୁଟି ଚମକି ଉଠୁଛି

ସବୁ ତ ଅଛି, କେବଳ ଯାହା

ଜହ୍ନ ପରି ଗୋର ଫକ ଫକ କରୁଥିବା

ଚର୍ମ ଟିକେ ନାହିଁ ବୋଲି ତାକୁ

କାହିଁକି ସୁନ୍ଦରୀ କୁହାଗଲା ନାହିଁ !!!

କଣ ସୁନ୍ଦରୀର ଆଖ୍ୟାଟି

ଏତେ ଛୋଟ !!!

କେବଳ କଣ ଚର୍ମର ଲେପ ହିଁ କହିପାରେ

ଜଣେ ପ୍ରକୃତରେ କେତେ ସୁନ୍ଦରୀ

ଅବା କେତେ ଅସୁନ୍ଦରୀ !!!

କଣ କେବେ ଆଖି ଆକର୍ଷି ପାରିନା କାହାକୁ !

ନା କଣ ଓଠର ପରିଭାଷା ବାନ୍ଧି ପାରେନା ମନକୁ !

ସେ ସର୍ବ ଗୁଣରେ ସଂପନ୍ନ

ତଥାପି ସମାଜ ଆଗେ ହୁଏ ଅବହେଳିତ, ଅପମାନିତ

ପରିତ୍ୟକ୍ତ ହୋଇ ପଡିରହେ କୋଣ ଅନୁକୋଣେ

କାଉ କିମ୍ବା କୋଇଲି ପରି କଳା ନୁହେଁ ହେଲେ

ସେମାନ ତ କଳା ଥାଇ ଯେତେ ଆଦର ପାଆନ୍ତି

ସେ ତ ଶ୍ୟାମଳ ଥାଇ ବି ପାଏନା

କାହିଁକି ଏମିତି ହୁଏ !

ଶ୍ୟାମଳ ଦେହର ସୁନ୍ଦରତା କାଇଁ ଲୁଚିଯାଏ ।

ସତରେ କଣ ମଣିଷର ଦୃଷ୍ଟିକୋଣ ଏତେ ନୀଚ !

ନା ଗୋରା ହେବା ହିଁ ସବୁଠୁ ବଡ ପୁଣ୍ୟ !

କେବେ ଥରେ ନିଜକୁ ନିଜେ ପ୍ରଶ୍ନ କରି ଦେଖ

କାଳେ କିଛି ଉତ୍ତର ମିଳିଯିବ, ନଚେତ୍

ପ୍ରଶ୍ନ ସବୁ ପ୍ରଶ୍ନ ହୋଇ ଚିରଦିନ ରହିଯିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy