STORYMIRROR

Sabita Tripathy

Fantasy Others

4  

Sabita Tripathy

Fantasy Others

ସେଇ ବରଷା

ସେଇ ବରଷା

1 min
244

            

ଆହାଃ କି ମିଠା ଥିଲା

ସେଇ ବରଷାରେ 

    ମୋ ପିଲାଦିନ,

ଝିପି ଝିପି ବରଷାରେ

ଭିଜିବା ପାଇଁ ଅଝଟ ହେଉଥିଲା,

    ମୋ ଅମାନିଆ ମନ ।

ରାତି ସାରା ବରଷା ପବନ ଖାଇ 

ଝାଟି,ମାଟି, ନଡା ଛପର ର 

      ଘର ଆମ ପାଇଁ,

ବୋଉ ର ଚୁଲି ଲଗାରେ

   ଉଷୁମ ପାଇ

ଧୂଆଁ ରେ ଆଛର୍ଣ୍ଣିତ 

 ନିଜକୁ ସଜେଇ ଦେଉଥିଲା,

ପୁଣି ଏକ ରାତିର ବରଷା ର 

     ପରଶ ପାଇବା ପାଇଁ ।


ସେଇ ବରଷା ରେ

    ମୋ ପିଲାଦିନେ,

ନା ଥିଲା ମାପି ଚୁପି

    କଥା ହେବାର ଡର,

ନା ଥିଲା କିଛି ସମ୍ପର୍କ

     ହଜେଇ ବାର ଡର,

ଥିଲା ଖାଲି କାଦୁଅ ଲାଗିଥିବା

ଫ୍ରକ କୁ ଲୁଚେଇ ବାର ଡର,

ଚପଲ ଫିତା ଛିଣ୍ଡେଇ

   ମାଡ ଖାଇବାର ଡର ।


ସେଇ ବରଷାରେ

    ମୋ ପିଲାଦିନେ,

ଟୁପୁରୁ ଟୁପୁରୁ ବରଷା ପାଣିରେ 

ଚୂପୁରୁ ଚୂପୁରୁ କାଦୁଅ ଛିଟାରେ

  ତାଳ ବରଡ଼ା ପଖିଆରେ

 ସ୍କୁଲ ଯାଉଥିଲେ

  ହାତ ଛନ୍ଦି ଛନ୍ଦି କମରେ

ସାଙ୍ଗ ସାଥି ମେଳରେ ।


ସେଇ ବରଷାରେ

   ମୋ ପିଲାଦିନେ,

ବରଷା ରାତିର କଥା ନିଆରା

ବେଙ୍ଗୁଲି ରାଣୀ ର କଟର କଟର

ମନେ ଭରିଦିଏ ନଈ ରେ

ଉଛୁଳୁ ଥିବା ବଢ଼ି ପାଣିର ଡର ।


ସେଇ ବରଷାରେ

    ମୋ ପିଲାଦିନେ,

ଭାରି ମଜା ଲାଗେ

କାଗଜ ଡ଼ଙ୍ଗା ଭସେଇବାକୁ 

ପିଣ୍ଡା ତଳେ ଜମିଥିବା ବରଷା ପାଣିରେ,

        ଆଉ ପୁଣି 

 କଂକିପାରା ଚୁପି ଚୁପି ଧରିବାରେ ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy