STORYMIRROR

Bharatabandhu Biswal

Romance Fantasy

4  

Bharatabandhu Biswal

Romance Fantasy

ଛମ ଛମ ବର୍ଷା

ଛମ ଛମ ବର୍ଷା

1 min
337


ଭିଜାରେ ଶ୍ରାବଣ ଆପାଦମସ୍ତକ 

ଦେହସାରା ଗୋଟାପଣ

ଶରଧା ସେନେହ ପ୍ରୀତି ଅନୁରାଗେ

ମନ ମୋ ହେଉ ତଲ୍ଲୀନ ।

ପ୍ରବହୁ ସ୍ୱଚ୍ଛନ୍ଦେ ଧାରା ମନ୍ଦାକିନୀ

ଗୀତ କାବ୍ଯାମୃତ ସ୍ରୋତ

ଚହଟୁ ସୁମନ ବର୍ଣ୍ଣ ସପ୍ତରଙ୍ଗ 

ଫୁଟୁ ପ୍ରେମ ପାରିଜାତ ।

ମହକୁ ଚନ୍ଦନ ନନ୍ଦନ ସୁଗନ୍ଧ 

ମନ ବନ ଉପବନ

ସବୁଜ ସୁନ୍ଦର ହେଉ ଭାବକଳ୍ପ 

ଆହରୁ ସୁବୁଦ୍ଧି ଜ୍ଞାନ ।

ହେଉ ଫଳପ୍ରଦ କର୍ମ ସୁକର୍ତ୍ତବ୍ଯ 

ସୃଜନର ସୁସଙ୍କଳ୍ପ 

ପ୍ରେମ ପଞ୍ଚଜନ୍ଯ କରୁ ଉଜ୍ଜିବିତ 

ପ୍ରତିବିମ୍ବ ଦିବ୍ଯ ସତ୍ଯ ।

ରହିଛି ଅନାଇ ଚାତକ ମୋ ମନ

ନାଚ ମେଘ ଛମଛମ

ହେଉ ପ୍ରଶମିତ ପ୍ରଦାହ ପ୍ରାବଲ୍ୟ

ଗୁଞ୍ଜୁ ମଧୁର ନିସ୍ବନ ।

ପୁଲକୁ ପରାଣେ ଆନନ୍ଦ ଉଲ୍ଲାସ 

କୃଷ୍ଣ ନୀଳ ସମ୍ମୋହନ

ଛନ୍ଦ ଅବପାତେ ହୁଅ ଶୁଭଙ୍କର 

ସ୍ବାଗତ ଭିଜା ଶ୍ରାବଣ ।

 


Rate this content
Log in

Similar oriya poem from Romance