STORYMIRROR

Bunee Tripathy

Fantasy Others

4  

Bunee Tripathy

Fantasy Others

ଶ୍ରାବଣ

ଶ୍ରାବଣ

1 min
371


ଶ୍ରାବଣ ଆସିବ ମେଘ ଓଢଣିରେ

  ବର୍ଷାକୁ ସାଥେ ନେଇ

ଗ୍ରୀଷମର ଦୁଃଖ ଭୁଲିବ ଜନତା

  ଆସ୍ଥା ତ ରଖିଛି ସେହି।


ଧାରା ଶ୍ରାବଣରେ ଭିଜିଯିବ ପରା

  ଡହଳ ବିକଳ ମହୀ

ଖୁସିରେ ହସିବ ପ୍ରକୃତି ରାଣୀ ତ

  ସବୁଜ ଶ୍ୟାମଳ ହୋଇ।


ସାଧବ ବୋହୁ ଟା ନାଲି ଗୁରୁଗୁରୁ

   ଠୁକୁଠୁକୁ ହୋଇ ଚାଲେ

ଶ୍ରାବଣଟା ପରା ସଭିଙ୍କ ଓଠରେ

  ହସ ସିଏ ଦେଇ ପାରେ।


ଗାଆଁ ଦାଣ୍ଡେ ଚାଲେ ପାଣି ସୁଅ ପରା

  କାଗଜ ଡଙ୍ଗାର ଖେଳ

କେଉଟ ଭାଇଟା ଭାରି ଖୁସି ହୁଏ

  ପୁରିଯିବ ନଈନାଳ।


ଚପଳା ଛନ୍ଦରେ ବରଷାଟା ନାଚେ

  ସମୀର ନିଅଇ ବାହି

ଶିଖି ପରା ନାଚେ ତୋର ଆଗମନେ

   ଅର୍ପୂବ ଅଟଇ ମହୀ।


ଶ୍ରାବଣ ଆସିଲେ ଭରଇ ତ ଖୁସି

  ତରୁଡାଳେ ଭରେ ପ୍ରାଣ

ଥୁଣ୍ଟା ଗଛେ ପରା ପଲ୍ଲବ କଅଁଳେ

  ସତେକି ପାଏ ଜୀବନ।


ସାରୁ ଗଛ ତଳେ ବେଙ୍ଗୁଲି ଡାକୁଛି

  ଆସହେ ବରଷା ଆସ

ଝିଙ୍କାରି କହଇ ଧନ୍ଯରେ ଶ୍ରାବଣ

  ଜୀବେ ଦେଲ ଜୀବନ୍ୟାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy