STORYMIRROR

Binodini Dash

Fantasy

4  

Binodini Dash

Fantasy

ବନସ୍ତେ ଡାକିଲା ଗଜ

ବନସ୍ତେ ଡାକିଲା ଗଜ

1 min
322


ବନସ୍ତେ ଡାକିଲା ଗଜ ପାଖେଇ ଆସିଲା ପରବ ରଜ

ପରବ ରଜ ଲୋ ପଲ୍ଲୀଭୂଇଁ ସଜବାଜ 

ବଉଳ ଲୋ ପଲ୍ଲୀଭୂଇଁ ସଜବାଜ ।


ଚୂନାକୁଟା ବିରି ବଟା ତିଆରି ହୋଇବ କେତେ ଯେ ପିଠା

କେତେ ଯେ ପିଠା ଲୋ ପାଟିକୁ ଲାଗିବ ମିଠା 

ବଉଳ ଲୋ ପାଟିକୁ ଲାଗିବ ମିଠା ।


ନିଆରା ପହିଲି ରଜ ସଜ କରିଦେବେ ନୂଆ ଭାଉଜ

ନୂଆ ଭାଉଜ ଲୋ ଆସ ହୋଇ ସଜବାଜ 

ବଉଳ ଲୋ ଆସ ହୋଇ ସଜବାଜ ।


ତୋଟାରେ ଭଳିକିଭଳି ଲାଗିଅଛି ପରା କେତେ ଯେ ଦୋଳି

କେତେ ଯେ ଦୋଳି ଲୋ ଝଲୁଥିବା ହଲିହଲି 

ବଉଳ ଲୋ ଝୁଲୁଥିବା ହଲିହଲି ।


ଗାଇ ରଜଦୋଳି ଗୀତ ଝୁଲିବା ଆମେରେ ଯେତେକ ମିତ

ଯେତେକ ମିତ ଲୋ ଖୁସିହୋଇ ଅପ୍ରମିତ 

ବଉଳ ଲୋ ଖୁସିହୋଇ ଅପ୍ରମିତ ।


ରଜପାନେ ଓଠ ନାଲି ଯେତେ ସାଙ୍ଗସାଥୀ ହୋଇଣ ମେଳି

ହୋଇଣ ମେଳି ଲୋ ଘର ଘର ଯିବା ବୁଲି 

ବଉଳ ଲୋ ଘର ଘର ଯିବା ବୁଲି ।


ଖେଳିବା ଲୁଡୁ ତାଆସ ଭାଉଜଙ୍କ ସଙ୍ଗେ ଥଟ୍ଟାତାମସା

ଥଟ୍ଟା ତାମସା ଲୋ ଭାରି ମଜ୍ଜା ତାଙ୍କ ଭାଷା

ବଉଳ ଲୋ ଭାରି ମଜ୍ଜା ତାଙ୍କ ଭାଷା ।


ବାଳକେ ବାଗୁଡି଼ ଖେଳେ ମାତିଛନ୍ତି ଦେଖ ସଙ୍ଗୀ ମେଳରେ

ସଙ୍ଗୀ ମେଳରେ ଲୋ ଉଛୁଳନ୍ତି ହରଷରେ

ବଉଳ ଲୋ ଉଛୁଳନ୍ତି ହରଷରେ ।


ଯୁବକ ବୟସ୍କମାନ କ୍ୟାରମ୍ ପଶା ଖେଳେ ରଖନ୍ତି ଧ୍ୟାନ

ରଖନ୍ତି ଧ୍ୟାନ ଲୋ ହସି ଉଠୁଥାଏ ମନ

ବଉଳ ଲୋ ହସି ଉଠୁଥାଏ ମନ ।


ମାଆ ପରା ସର୍ବଂସହା କାମ କରିକରି ସିଏ ହାଲିଆ

ସିଏ ହାଲିଆ ଲୋ ତଥାପି ଚାନ୍ଦଉଦିଆ

ବଉଳ ଲୋ ମୁଖଟା ଚାନ୍ଦଉଦିଆ ।


ସଂକ୍ରାନ୍ତି ଭୂଇଁନହଣ କଟିବ ଏମିତି ତିନୋଟି ଦିନ

ତିନୋଟି ଦିନ ଲୋ ପରେ ବସୁମତୀ ସ୍ନାନ

ବଉଳ ଲୋ ପରେ ବସୁମତୀ ସ୍ନାନ ।


ରଜର ନାନା ମଉଜ ପାଞ୍ଚଦିନ ଧରି ଅଭୁଲା ହେଜ

ଅଭୁଲା ହେଜି ଲୋ ଶିରୀଗୋବିନ୍ଦ ତୁ ଭଜ

ବଉଳ ଲୋ ଶିରୀଗୋବିନ୍ଦ ତୁ ଭଜ ।


Rate this content
Log in

Similar oriya poem from Fantasy