STORYMIRROR

Jayashree Das

Fantasy

4  

Jayashree Das

Fantasy

ଶ୍ୱେତପଦ୍ମ

ଶ୍ୱେତପଦ୍ମ

1 min
359


ଶ୍ୱେତପଦ୍ମ ଆଖି ଦେଖିଦେଲେ ସଖି,

     ଆଖିମୋର ଲାଖିଯାଏ ll

ସେ ଆଖିରେ ସଖି କି ଭାବ ରହିଛି,

     ନିଜକୁ ମୁଁ ଭୁଲିଯାଏ  ll


ସେହି ଚକାଆଖି ହୃଦୟେ ବସିଛି,

    ଦିନ ରାତି ଜପୁଥାଏ  ll

ଭୁଲିବାକୁ ଚାହିଁ ଭୁଲିମୁଁ ପାରୁନି,

    ତା ମୁହଁଟି ଦିଶିଯାଏ ll


ନାଲିଆ ଅଧରେ ମିଠା ମିଠା ହସ,

    ମନକୁ ମୋ ଟାଣି ନେଉଛି ll

ଭାବିବିନି ତାକୁ ଯେତେ ମୁଁ ଭାବିଲେ,

    ତା ପ୍ରେମରେ ବନ୍ଧା ପଡୁଛି ll


କି ମନ୍ତର କଲା ସେକଳା ଚନ୍ଦ୍ରମା,

    ତାକୁ ଦେଖିବାକୁ ଯାଇଥିଲି ll

ତାର ଠାଣିମାଣି ଦେଖିଲୋ ସଜନୀ,

    ମନ ମୋ ହଜେଇ ଦେଲି ll


ତା ତୁଳସୀ ଜଳ ତା ମହାପ୍ରସାଦ,

   ତାହାର ଅବଢ଼ା ଅନ୍ନ ll

କେତେ କିସମର ଭୋଗ ସେ ଖାଉଛି,

   ପାଇବାକୁ ମୋର ମନ ll


ତା ରୂପ ନଭାବି ରହିପାରୁନାହିଁ,

   ସିଏ ମୋର ରାତି ଦିନ ll

ତା ଛନ୍ଦା ଚରଣେ ବାନ୍ଧିଦେଲି ସଖି,

   ମୋର ଏ ଛାର ପରାଣ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy