STORYMIRROR

Prasanta Kumar Behera

Romance Fantasy Others

4  

Prasanta Kumar Behera

Romance Fantasy Others

ବନ୍ଦୀ ମୁଁ ତୁମ ମଧୁଶାଳେ

ବନ୍ଦୀ ମୁଁ ତୁମ ମଧୁଶାଳେ

1 min
636


ଯଦି ଦୋଷ କରିଥାଏ

ବନ୍ଦୀ କର ମୋତେ 

ତୁମ ହୃଦ ସିନ୍ଦୁକରେ

ମୁଦି ଦିଅ ମୋତେ 

ତୁମ ବକ୍ଷ କଳସୀରେ

ତୁମ ତନୁ ହେଉ ମୋ ନିଳୟ


ସେ ନିଳୟ ମହକ 

ଚୁମ୍ବୁ ମୋର ଦେହ

ମୋ ଆତ୍ମାକୁ ପ୍ରଶାନ୍ତି ଦେଉ

କାମନା ବିକ୍ଷୁବ୍ଧ 

ପରାଣକୁ ମୋର

ମୋହନ ପରଶ ଦେଉ


ତମକୁ ଲୋଡ଼ିଛି

ଦୋଷ ମୁଁ କରିଛି

ସେ ଦୋଷ ମୋର କିନ୍ତୁ ପୁଣ୍ୟ

ବନ୍ଦୀ କରି ମୋତେ

ତମ ମଧୁଶାଳେ

ମୋ ଜୀବନକୁ କର ଧନ୍ୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance