ବନ୍ଦୀ ମୁଁ ତୁମ ମଧୁଶାଳେ
ବନ୍ଦୀ ମୁଁ ତୁମ ମଧୁଶାଳେ
ଯଦି ଦୋଷ କରିଥାଏ
ବନ୍ଦୀ କର ମୋତେ
ତୁମ ହୃଦ ସିନ୍ଦୁକରେ
ମୁଦି ଦିଅ ମୋତେ
ତୁମ ବକ୍ଷ କଳସୀରେ
ତୁମ ତନୁ ହେଉ ମୋ ନିଳୟ
ସେ ନିଳୟ ମହକ
ଚୁମ୍ବୁ ମୋର ଦେହ
ମୋ ଆତ୍ମାକୁ ପ୍ରଶାନ୍ତି ଦେଉ
କାମନା ବିକ୍ଷୁବ୍ଧ
ପରାଣକୁ ମୋର
ମୋହନ ପରଶ ଦେଉ
ତମକୁ ଲୋଡ଼ିଛି
ଦୋଷ ମୁଁ କରିଛି
ସେ ଦୋଷ ମୋର କିନ୍ତୁ ପୁଣ୍ୟ
ବନ୍ଦୀ କରି ମୋତେ
ତମ ମଧୁଶାଳେ
ମୋ ଜୀବନକୁ କର ଧନ୍ୟ ll

