Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

4  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-24: ବିର୍ସା ମୁଣ୍ଡା

ଓଡ଼ିଆ ଜାତିର ଲଢୁଆ ବୀର-24: ବିର୍ସା ମୁଣ୍ଡା

1 min
328



ବଡ଼ ସ୍ଵାଭିମାନୀ ବୀର୍ସା ମୁଣ୍ଡା ସେ ସାହସୀ ସ୍ଵାଧୀନଚେତା,

ବିଦେଶୀ ଶାସନ ଅନ୍ୟାୟ ଶୋଷଣ ଲାଗୁଥିଲା ତାଙ୍କୁ ପିତା |


ପାଇକ ବିଦ୍ରୋହ ଚାଇଁବସା ଦେଇ ରାଞ୍ଚିରେ ପହଞ୍ଚି ଗଲେ,

ଖଜଣା ଦେବାକୁ ଗୋତି ଖଟିବାକୁ ସମସ୍ତଙ୍କୁ ମନାକଲେ |


ଗାଙ୍ଗପୁରବାସୀ ଆଦିବାସୀ ଭାଇ ବିର୍ସାଙ୍କୁ ଦେବତା ମାନି,

ବିଦେଶୀ ବିରୁଦ୍ଧେ କରିଲେ ବିପ୍ଲବ ଛାଡ଼ି ଜୀବନରୁ ପାଣି |


ଅଭିଯାନ କରି ପୁଲିସ ବାହିନୀ ବିର୍ସାଙ୍କୁ କରିଲେ ବନ୍ଦୀ,

ଦୁଇବର୍ଷ ପରେ ମୁକ୍ତିପାଇ ବୀର ବୁଝିଲେ ଅସଲ ଫନ୍ଦି |


ଗୟା, ସୁନା ସଙ୍ଗେ ରୋଗୀ ସେବାକରି ରଖିଲେ ଜନତା ପ୍ରାଣ,

ପୋରହାଟଠାରେ ନିଆଁ ଲଗାଇଲେ ମାରିଶତ୍ରୁ ବାରଜଣ |


ପାଞ୍ଚଶହ ଟଙ୍କା ପୁରସ୍କାର ରାଶି ଶାସକ କଲେ ଘୋଷଣା,

ବିର୍ସା ମୁଣ୍ଡାଙ୍କୁ ଧରିବାକୁ ଯାଇ ଦି’ଜଣ ଖାଇଲେ ହଣା |


ପୁଲିସ ମାଡ଼ରେ ଗୟାମୁଣ୍ଡା ମଲେ ପ୍ରବଳ ହେଲା ବିପ୍ଲବ,

ଡୁମୁରି ପାହାଡ଼ ରଣକ୍ଷେତ୍ର ହେଲା ଲଢିଲେ ବୀର ପୁଙ୍ଗବ |


ଏପଟେ ପଥର ଧନୁ-ତୀର ବର୍ଚ୍ଛା ସେପଟେ ବନ୍ଧୁକ ଗୁଳି,

ନରସିଂହ ମୁଣ୍ଡା ସହ ଆଉ ଦୁଇଶହ ଭୂଇଁରେ ପଡ଼ିଲେ ଟଳି |


ଗୋପନରେ ବିର୍ସା ସଂଗଠନ କରି ବିପ୍ଲବ ରଖିଲେ ତେଜି,

ଧନ ଲାଳସାରେ ଘାତକ ସାଜିଲେ ଶଶିରାୟ ଆଉ ମାଝୀ |


ବିଚାର ଶେଷରେ କାରାଗାର ଗଲେ ବିର୍ସା ମୁଣ୍ଡା ବୀରବର,

ଖାଦ୍ୟ ସଙ୍ଗେ ବିଷ ଖୋଇଲେ ଶାସକ ମରି ସେ ହେଲେ ଅମର |

(1900 ମସିହା )


Rate this content
Log in

Similar oriya poem from Tragedy