Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

4.7  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-28: ରଘୁ-ଦିବାକର

ଓଡ଼ିଆ ଜାତିର ଲଢୁଆ ବୀର-28: ରଘୁ-ଦିବାକର

1 min
379



ଗଡ଼ଜାତ ରାଜ୍ୟ ରଣପୁରଠାରେ ଚାଲେ ଅନ୍ଧାରି ଶାସନ,

ରାଜା ବୋଲି ଯିଏ ନିଜସୁଖ ପାଇଁ କଲେ ପ୍ରଜାଙ୍କୁ ଶୋଷଣ ।


ଟିକସ ଆଦାୟ ମାଗଣ ସଂଗ୍ରହ ରାଜା ନେଉଥିଲେ ଭେଟି,

ଶିକାର କାମରେ ଶାସନ ନାମରେ ପ୍ରଜା ଖଟୁଥିଲେ ବେଠି ।


କୁହୁଳି କୁହୁଳି ଅଶାନ୍ତିର ନିଆଁ ଜଳିଉଠେ ଦାଉଦାଉ,

ଝାସଦେଲେ ବୀର ରଘୁ-ଦିବାକର ନେତାଥିଲେ ଯିଏ ଆଉ ।


ତେଜିଲା ବିଦ୍ରୋହ ହେଲା ଅଣାୟତ ମାତିଲା ପ୍ରଜାମଣ୍ଡଳ,

ଲୋଧାଚୂଆଠାରେ କଟାଗଛ ରଖି ବାଟକୁ କଲେ ଅଚଳ ।


ବିଦେଶୀ ଫଉଜ ବେଜେଲ ସାହେବ ଦେଖାଇଲେ ତାଙ୍କ ବଳ,

ଅର୍ଜୁନ ରାଉତ ଗୁଳିରେ ଟଳିଲେ ଲଗାଇ ଆତଙ୍କ ଗୋଳ ।


ମାତିଲେ ଜନତା ଚାଳ-ବାଉଁଶରେ ଆଖିବୁଜି ଗଲେପିଟି,

ସେହି ପାହାରରେ ବେଜେଲ ସାହେବ ଧୂଳିରେ ପଡ଼ିଲେ ଲୋଟି ।


ପଡ଼ିଲା ଚହଳ ବିଲାତ ସଂସଦେ ଲାଗିଲା ଦମନ ଲୀଳା,

ବିଦ୍ରୋହୀ ନେତାଙ୍କୁ କଳାପାଣି ପୁଣି କାରାଦଣ୍ଡ ଦିଆଗଲା ।


ଭାଗଲପୁରରେ ରଘୁ ଦିବାକର ଫାଶୀ ଖୁଣ୍ଟେ ଦେଇପ୍ରାଣ,

ଦୁଇଜଣ ବୀର ଓଡ଼ିଆ ସହିଦ ଓଡ଼ିଶାକୁ କଲେ ଧନ୍ୟ ।



Rate this content
Log in

Similar oriya poem from Tragedy