Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

4  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-21: ବାଜି ରାଉତ

ଓଡ଼ିଆ ଜାତିର ଲଢୁଆ ବୀର-21: ବାଜି ରାଉତ

1 min
313



ଓଡ଼ିଶା ମାଟିର ଢେଙ୍କାନାଳ ରାଜ୍ୟ ନୀଳକଣ୍ଠପୁର ଘାଟ,

ବାର ବରଷର ବାଜି ରାଉତ ସେ ରଖିଲା ଜାତିର ଟେକ ।


କାହିଁକି କେମିତି ହୋଇଲା ଏମିତି କି’ଦୋଷ କରିଲା ବାଜି ?

ଇଂରେଜ ଅମଳ ପୁରୁଣା କାହାଣୀ ମନେ ପଡ଼ିଯାଏ ଆଜି ।


ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ମହୀନ୍ଦ୍ର ସେ ବାହାଦୂର,

ଅନ୍ଧାରି ଶାସନ ଚଳାଇଲେ ବୋଲି ବଢିଲା ଦୁଃଖର ଭାର ।


କଟକ ଜିଲ୍ଲାର ଜେନାପୁରଠାରେ ବସିଲା ପ୍ରଜାମଣ୍ଡଳ,

ରାଜାଙ୍କ ସଇନ ଇଂରେଜ ଫଉଜ ସଭାକୁ କଲେ ବିଫଳ ।


ଭୁବନ ଗାଆଁରେ ପଶିଲେ ଫଉଜ ମାତିଲା ପ୍ରଜାଙ୍କ ମେଳି,

ପ୍ରଜାମଣ୍ଡଳର ନେତାଙ୍କ ଉପରେ ଫୁଟିଲା ବନ୍ଧୁକ ଗୁଳି ।


ଗୁଳିର ଚୋଟରେ ଢଳିପଡ଼େ ରଘୁ ତା’ପରେ ନାୟକ ଗୁରି,

ଚମକି ପଡ଼ିଲେ ଭୁବନ ଗାଆଁର ଥିଲେ ଯେତେ ନରନାରୀ ।


ନରହନ୍ତାମାନେ ଧାଇଁଲେ ଘାଟକୁ ପଳାଇବେ ରାଜାଗଡ଼,

ପ୍ରଜାମଣ୍ଡଳର ଆଦେଶ ହୋଇଲା କରିବେ ନାହିଁ କେ ପାର ।


ଭୁବନ ଗାଆଁର ବାପ ଛେଉଣ୍ଡ ସେ ଗରିବ ରାଉତ ପିଲା,

ପ୍ରଜାମଣ୍ଡଳର ବାନର ସେନାରେ ନିଜନାମ ଲେଖିଥିଲା ।


ପାହାନ୍ତା ବେଳକୁ ଫଉଜ ଆସିଲେ ନୀଳକଣ୍ଠପୁର ଘାଟ,

ଦେଖିଲେ ବାଳକ ଘାଟକୁ ଜଗିଛି ଓଗାଳିଲା ତାଙ୍କ ବାଟ |


କହିଲେ ରେ ପିଲା-ଶୀଘ୍ର ପାରି କର ମାଡ଼ି ଆସୁଛନ୍ତି ଲୋକ,

ବାଜିଆ କହିଲା-କରିବିନି ପାରି ପ୍ରଜାମଣ୍ଡଳର ଡାକ |


ବକଟେ ପିଲାର ଟାଣପଣ ଦେଖି ଫଉଜ ଧମକ ଦେଲେ,

ବନ୍ଧୁକ ଗୁଳିରେ ପ୍ରାଣନେଇ ତା’ର ଡଙ୍ଗା ଖୋଲି ନେଇଗଲେ |


ଶହଶହ କର୍ମୀ ମାଡ଼ି ଆସୁଥିଲେ ଫୁଟିଲା ଫଉଜ ଗୁଳି,

ହୃଷୀ, ନଟ, ଫଗୁ, ଲକ୍ଷ୍ମଣ ମଳିକ ଘାଟରେ ପଡ଼ିଲେ ଢଳି |


ଶତାବ୍ଦୀର ଫୁଲ ବାଳକ ବାଜିଆ ମରଣକୁ କରିଜୟ,

ଓଡ଼ିଶାର ଶିଶୁ କିଭଳି ସାହସୀ ଦେଲା ଜାତି ପରିଚୟ |



Rate this content
Log in

Similar oriya poem from Tragedy