Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

4  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-29: ରତନା ନାଏକ

ଓଡ଼ିଆ ଜାତିର ଲଢୁଆ ବୀର-29: ରତନା ନାଏକ

1 min
419



କେନ୍ଦୁଝର ଗଡ଼ ଅରାଜକ ହେଲା ରାଜାଥିଲେ ଅପୁତ୍ରିକ,

ଇଂରେଜ ଚାହିଲେ ଦାସୀପୁତ୍ର ଜଣେ ହେଲେ ରାଜା ଅଭିଷେକ ।


ମହାରାଣୀ ତା’ର ପ୍ରତିବାଦ କରି ନେଲେ ପ୍ରଜା ସମର୍ଥନ,

ରତନା ନାଏକ ବିପ୍ଳବୀ ସାଜିଲେ ହେଲା ଭୂୟାଁ ଆନ୍ଦୋଳନ ।


ଧନୁ-ତୀର ବର୍ଚ୍ଛା କୁରାଢି ଉଠାଇ ଆସିଲେ ଜୁଆଙ୍ଗ ଭାଇ,

କୋଡ଼ିଏ ହଜାର ବିପ୍ଳବୀ ମାତିଲେ ନୂଆ ରାଜାଙ୍କୁ ବସାଇ ।


ଦେୱାନ ଧଳଙ୍କୁ ହତ୍ୟା କରାଗଲା ଧନୁର୍ଜ୍ଜୟ ହେଲେ ବନ୍ଦୀ,

ଶହେ ଅମଲାଙ୍କୁ ଘନ ଜଙ୍ଗଲରେ ବିଦ୍ରୋହୀ ରଖିଲେ ବାନ୍ଧି ।


ଚମକି ଉଠିଲେ ବିଷ୍ଣୁପ୍ରିୟା ରାଣୀ ଶାସକ ହେଲେ ଅଥୟ,

ସିଂହଭୂମି ପଟୁ ଫଉଜ ଆସିଲେ ଦେଖାଇ ଆତଙ୍କ ଭୟ ।


ପୁଲିସ ଛାଉଣି କେନ୍ଦୁଝର ଗଡ଼େ ଚାଲିଲା ଦମନ ଲୀଳା,

ଆଠଜଣ ବୀର ବିପ୍ଳବୀଙ୍କୁ ଧରି ଫାଶୀଦଣ୍ଡ ଦିଆଗଲା ।


ଦେଶାନ୍ତର ହେଲେ ସତେଇଶ ଜଣ କେତେ କାରାଗାର ଗଲେ,

କେତେ ଦେଶଦ୍ରୋହୀ ବିଶ୍ଵାସ ଘାତକ ପୁରସ୍କାର ପାଇଥିଲେ ।


ରତନା ନାଏକ ଫାଶୀକାଠ ପରେ ଗାଇଲେ ମୁକ୍ତିର ଗୀତି,

ସେହି ଗୀତି ସୁର ରହିଛି ଅମର ରହିଥିବ ହୋଇସ୍ମୃତି ।



Rate this content
Log in

Similar oriya poem from Tragedy