STORYMIRROR

Pranati Mahapatra

Tragedy Inspirational

4  

Pranati Mahapatra

Tragedy Inspirational

ଏସବୁ କୃତ ମନୁଷ୍ୟର

ଏସବୁ କୃତ ମନୁଷ୍ୟର

1 min
289


ଶୁଣ ସୁଜନେ ଦେଇ ମନ 

'ୟସ' ର କରିବି ବର୍ଣ୍ଣନ

ଅଣଚାଶ ପବନ ନେଇ

ଅନେକ ଦୁଃଖ ଯେ ଦିଅଇ।


କ୍ଷଣ କ୍ଷଣକେ ବଢେ ଗତି

ବୃକ୍ଷ ଲତା ଟଳି ପଡ଼ନ୍ତି

ଚାଳଛପର ମରୂତରେ

ଉଡ଼ନ୍ତି ଯେସନ ପତରେ।


ନଭ ମଣ୍ଡଳ ବିକଟାଳ

ସତେ ମାଡି ଆସୁଛି କାଳ

ସୂର୍ଯ୍ୟ ଉଭାନ ବାଦଲରେ

ରାତ୍ରର ସମ ଦିବସରେ ।


ପ୍ରତି ବର୍ଷ ଏ ସମୟରେ

ଅନାହୁତ ଅତିଥି ଘରେ

ଫନୀ ହୁଡ଼ହୁଡ଼ ତିତିଲି 

ମହାଦୁଃଖ ଅମ୍ଫନ ଭଳି।


ଉଜାଡେ କେତେ ଯେ ସଂସାର

ଆଖିରୁ ଶୁଖେ ନାହିଁ ନୀର

ପଶୁପକ୍ଷୀ ଗୃହ ପାଳିତ 

ଅକାଳେ ଜୀବନ ଯାଏ ତ।


ମହାବାତ୍ୟାର ଦୁଃଖ କଷ୍ଟ

ନ ଲିଭୁଣୁ ଯେ ଏହି ରିଷ୍ଟ

ବାତ୍ୟା ପରେ ଅନେକ ଦୁଃଖ

ବନ୍ୟାରେ ଧୋଇଦିଏ ସୁଖ।


ସମୁଦ୍ର ଜୁଆର ମାଡ଼ରେ

ସୁସ୍ଥ ନର ଉଠି ନ ପାରେ

ଛୋଟ ମୋଟର ବ୍ୟବସାୟୀ

କାନ୍ଦନ୍ତି ଜୀବିକା ହରାଇ।


ଚାଷ ଜମିରେ ବର୍ଷ ସାରା

ଫସଲ ପାଇଁ ଚାଷୀ ପରା

ଯେତେ କର୍ଷଣ ବ୍ୟର୍ଥ ହୁଏ

ବୀଜ ରୋପଣ ଯେ ନ ହୁଏ।


ଏସବୁ ପାଇଁ ଆମେ ଦାୟୀ

ବୃକ୍ଷ ରୋପଣ ନ କରଇ

ବେଳୁ ବେଳ ବୃକ୍ଷ ନିପାତ

ଅଟ୍ଟାଳିକା କରୁ ସ୍ଥାପିତ।


ବୃକ୍ଷ ସମ୍ପଦ ରକ୍ଷା କଲେ

ଆନନ୍ଦେ ରହିବାଟି ଭଲେ

ପ୍ରାକୃତିକ ବନ୍ୟା ବିତ୍ପତ୍ତି

ନ ଆସି ସୁରକ୍ଷା ସମ୍ପତ୍ତି।


ପରିବେଶ ଓ ପ୍ରକୃତିର

ସୁରକ୍ଷା ଦାୟିତ୍ୱ ଆମର

ପ୍ରତିବର୍ଷ ବୃକ୍ଷ ରୋପଣ

କରିବା ଆସ ଏହି ପଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy