STORYMIRROR

KRUTIBAS NAYAK

Tragedy

4  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-17: ଧରଣୀଧର

ଓଡ଼ିଆ ଜାତିର ଲଢୁଆ ବୀର-17: ଧରଣୀଧର

1 min
371


କେନ୍ଦୁଝରର ଭୂୟାଁମେଳି ଇତିହାସର କଥା,

ଧରଣୀଧର ଭୂୟାଁ ସରଦାର ସାଜିଲେ ନୂଆ ନେତା |


କେନାଲ ଖୋଳା ଜନତା ପାଇଁ ବେଠିରେ ହେବ କାମ,

ରାଜା ଆଦେଶ ଅମାନ୍ୟ କଲେ କରମ ହେବ ବାମ |


ନାଆଁକୁ ରାଜା ଧନୁର୍ଜୟ ଇଂରେଜ ବଡ଼ରାଜା,

ତାଙ୍କ ହୁକୁମେ ଶାସନ ଚାଲେ ମଲେ ନିରୀହ ପ୍ରଜା |


ବିଚିତ୍ରାନନ୍ଦ ବଡ଼ ଚତୁର ଦେଖାଇ ଦେଲେ ଖେଳ,

କୁଟ କପଟ ବେଠି ଖଟଣି ପ୍ରଜାଙ୍କୁ ହେଲା ଖେଳ |


ମହାରାଣୀଙ୍କ ଧରମପୁଅ ଧରଣୀଧର ଭୂୟାଁ,

ପାରିଲେ ନାହିଁ ଅନ୍ୟାୟ ସହି ଲଗେଇ ଦେଲେ ନିଆଁ |


ଘେରାଉ କଲେ ରାଜା ଉଆସେ ଭୂୟାଁ ହୋଇଲେ ମେଳି,

ମରିଲେ ପଛେ ଡ଼ରିଲେ ନାହିଁ ଫୁଟିଲା କେତେ ଗୁଳି |


ଜୀବନ ନେଇ ଆନନ୍ଦପୁର ପଳାଇଗଲେ ରାଜା,

ସେନାପତିଙ୍କୁ ପଠାଇଦେଲେ ପାଇଲେ ସିଏ ସଜା |


ବୁଦ୍ଧିର ବଳେ ଖସିଲେ ସିନା ଚିଠିରେ କଲେ ଫନ୍ଦି,

ମାଡ଼ି ଆସିଲେ ପୁଲିସ ବଳ ଧରଣୀ ହେଲେ ବନ୍ଦୀ |


ଭାଙ୍ଗିଲା ମେଳ ସରିଲା ଗୋଳ ଲୁଚିଲେ କିଏ କାହିଁ,

ପୁଲିସ ମାଡ଼ ଦମନ ଲୀଳା ପାରିବ କିଏ କହି |


ବନ୍ଦୀ ହୋଇଲେ ଆଗୁଆ ନେତା ଚାଲିଲେ କାରାଗାର,

କାରାଗାରରେ ସାଧୁ ହୋଇଲେ ବୀର ଧରଣୀଧର |


ସାଧନା କଲେ ବାଙ୍କି ମୁହାଣେ ସିଦ୍ଧିରେ ରଖି ମନ,

ଆଳି ରାଇଜେ ମଠ ବସାଇ କାଟିଲେ ଶେଷଦିନ |


ସ୍ଵାଭିମାନର ପ୍ରତୀକ ବୀର ସକଳ ଦୁଃଖସହି,

ସଂଗ୍ରାମ କରି ହେଲେ ଅମର ପ୍ରଜାଙ୍କ ହିତପାଇଁ |



Rate this content
Log in

Similar oriya poem from Tragedy