STORYMIRROR

KRUTIBAS NAYAK

Tragedy

4  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-03: କମଳ ସିଂହ ଦାଉ

ଓଡ଼ିଆ ଜାତିର ଲଢୁଆ ବୀର-03: କମଳ ସିଂହ ଦାଉ

1 min
353


ଲଖନପୁରର ବଳଭଦ୍ର ଦାଉ ବୀର ଜମିଦାର ଥିଲେ,

ସୁରେନ୍ଦ୍ରସାଏଙ୍କୁ ସମର୍ଥନ କରି ମରଣ ବରଣ କଲେ |


କୋଲାବିରା ଆଉ ଶ୍ରୀଗିଡ଼ା ସଙ୍ଘୋରା ବୀର ପାହାଡ଼ର ଘାଟି,

କୁଦୋପାଲି ପୁଣି ଡେବିରିଗଡ଼ରେ ବିଦ୍ରୋହୀ ରହିଲେ ଛୁପି |


ପ୍ରତିଶୋଧ ପାଇଁ ବଳଭଦ୍ର ପୁତ୍ର କମଳ ହୋଇଲେ ନେତା,

ରାମପୁର ରାଜା ପିତା ସଙ୍ଗେ ପୁତ୍ର ଦୁର୍ଜୟକୁ କଲେ ହତ୍ୟା |


ବିଦ୍ରୋହୀ କମଳ ହୋଇଲେ ପ୍ରବଳ ପାଇ ଜନ ସମର୍ଥନ,

ଫଉଜ ଉପରେ କରିଲା ଯୁଦ୍ଧରେ କରିଦେଲେ ଆକ୍ରମଣ |


ଅଠର ବରଷ ସିଙ୍ଘୋରା ଘାଟିରେ ସେନା ପାରିଲେଣି ପଶି,

ଧରାପଡ଼ି ନେତା ମଧୁ ଗଉନ୍ତିଆ ବିପ୍ଳବୀ ପାଇଲେ ଫାଶୀ |


ନାଗପୁର ଆଉ ମାନ୍ଦ୍ରାଜରୁ ଯେତେ ପଲଟଣ ଆସିଥିଲେ,

ପାପଙ୍ଗ ଘାଟିରେ ତେପନ ଜଣଙ୍କୁ ଗୁଳିରେ ଉଡ଼େଇ ଦେଲେ |


ଫାଶିରେ ଝୁଲିଲେ ନାରାୟଣ ସିଂହ ନାୟକ କରୁଣାକର,

ଇଂରେଜ ବାହିନୀ ଗୋଟିଗୋଟି ଘାଟି କରିନେଲେ ଅଧିକାର |


ଯୋଜନା ସକଳ ହୋଇଲା ବିଫଳ ନେତା ଧରାଦେଲେ ନାହିଁ,

ପୁରସ୍କାର ରାଶି ଘୋଷଣା କରିଲେ କମଳର ମୁଣ୍ଡପାଇଁ |


ବିଶ୍ୱାସଘାତକ ବନ୍ଧୁର ଅଭାବ ନାହିଁ ଏ’ ଦେଶରେ କେବେ,

ଅନେକ ବିପ୍ଲବ କରନ୍ତି ବିଫଳ ଧନ ପୁରସ୍କାର ଲୋଭେ |


ବିଶ୍ୱାସଘାତକ ବନ୍ଧୁଘରେ ଦିନେ ଶୋଇ ରହିଥିଲେ ବୀର,

ପୁରସ୍କାର ଲୋଭେ ବନ୍ଧୁ ବୋଲି ଯିଏ କାଟିଲା କମଳ ଶିର |


ବରଡ଼ାଳ ତରାକୁମା ଗାଆଁ ତାକୁ ମିଳିଗଲା ଜମିଦାରୀ,

ବିଶ୍ୱାସଘାତକ ପୁରସ୍କୃତ ହେଲା ରାଜ୍ୟ ହେଲା ହତଶିରି |


Rate this content
Log in

Similar oriya poem from Tragedy