STORYMIRROR

Banalaxmi Mohanty

Tragedy Classics Others

4  

Banalaxmi Mohanty

Tragedy Classics Others

ସୀମା

ସୀମା

1 min
363


ଅଧର୍ମ ଅନ୍ୟାୟ ସୀମା ଟପିଗଲେ

    ପ୍ରଭୁ ଅବତାର ନିଅ

ଏବେ ତୁମେ କିଆଁ ମଉନେ ବସିଛ

    ଆହେ ପ୍ରଭୁ କଳାଦିଅଁ।। 


ଅଧର୍ମ ହସଇ ଧରମ କାନ୍ଦଇ

   ଅନ୍ୟାୟ ଅନୀତି ଦେଖି

ହିଂସା ଦ୍ବେଷ ଏବେ ବଢଇ ସଂସାରେ

   ବୁଜିଲକି ଚକାଆଖି ? 


ଆପଣା ହସ୍ତରେ ଜିହ୍ଵା ଛେଦି ନର

    କଲା କର୍ମ ଭୋଗୁଅଛି

ଚୋର ସାଥେ ସାଧୁ ଅକାରଣେ ଯାହା

    ଅସହ୍ୟ କଷ୍ଟ ପାଉଛି।। 


 କରୋନା ଭୂତାଣୁ ମାତିଛି ବିଶ୍ବରେ 

    ଦ୍ଵିତୀୟ ଲହର ନେଇ

ତ୍ରାହି ତ୍ରାହି ଡାକ ଛାଡନ୍ତି ସରବେ

   ସେ ଡାକ କି ଶୁଭ ନାହିଁ ?


ସୀମା ଟପିଲାଣି ରୋଗର ପ୍ରାବଲ୍ୟ

    ରକ୍ଷାକର ମହାବାହୁ

ଭକତର ବନ୍ଧୁ ଆହେ କୃପାସିନ୍ଧୁ 

    ତୁମ୍ଭ ଟେକ ଭାବେ ରହୁ।। 


ରତ୍ନସିଂହାସନୁ ଓହ୍ଲାଇ ଆସହେ

   ବାଡି ନୃସିଂହ ରୂପରେ

କରୋନା ରାକ୍ଷସ ଵିନାଶ କରହେ

   ପେଶି ତୁମରି ଚକ୍ରରେ।। 


ଏତିକି ମିନତି ଜଗତର ନାଥ

    ଆଉ ନିର୍ଦ୍ଦୟ ନହୁଅ

କରୋନା କବଳୁ ଏ ବିଶ୍ଵବାସୀଙ୍କୁ 

   ଉଦ୍ଧର ହୋଇ ସଦୟ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy