ପୂଜ୍ଜ୍ଯାସ୍ପଦା ମାଆ
ପୂଜ୍ଜ୍ଯାସ୍ପଦା ମାଆ
ମମତାମୟୀର କରୁଣା ଅପାର
ସୃଷ୍ଟିର ମହକ ଧାରା ;
ବିରଳ ତା' ସ୍ନେହ ବିରଳ ତା'ପ୍ରେମ
ମନମୋହି ନିଏପରା !
ମାଆର ବିକଳ୍ପ କଳ୍ପନାଅତୀତ
ଶବଦ ନୁହଁ ମଞ୍ଜୁର. ;
ସର୍ବଂସହା ସେଇ ନିରିମାଖି ନାରୀ
କଣ୍ଠର ଆବେଗ ସ୍ବର. !
ଦଶମାସ କାଳ ଗର୍ଭେ କରି ଭାର
ଯନ୍ତ୍ରଣାକୁ ସହ୍ୟ କରେ ;
ଆହାକି ତା' ତ୍ୟାଗ ସଂସାରେ ଉତ୍ସର୍ଗ
ସମର୍ପଣେ ନିରନ୍ତରେ !
ମାଆ ପରି କେହି ନାହିଁ ଜଗତେ
ଭାବନାର ଅନ୍ତରାଳେ ;
ଦୀପଶିଖା ପରି ଦଗ୍ଧିଭୂତ ହୋଇ
ଆଲୋକ ପରଶ ଢାଳେ !
ଅମୃତ ବାରିଧି ମାଆ ଦିଏ ଢାଳି
କୋମଳ ଶୈଶବ ମୁଖେ ;
ସେ'ଅମୃତ ନୀର କୋଟି ତପସ୍ୟାର
ପାନକରି ଶିଶୁହସେ !
କୁଆଁକୁଆଁ ଶବ୍ଦ ମାଆ ଶବ୍ଦେ ନିଷ୍ଠ
ଭୂମିଷ୍ଠ. ସନ୍ଦେଶ ବାର୍ତ୍ତା ;
କଷଣକୁ ଭୁଲି ମାଆ ଦିଏ ହସି
ସାଜଇ ଜଗତ ଜିତା !
ପ୍ରଥମ ଗୁରୁମା ଜନ୍ମଦାତ୍ରୀ ମାତା
ସମର୍ପଣ କରେ ଶିକ୍ଷା ;
ତା'କଥା କୁହୁକ ଗଳପ ମାଣିକ
ଉପଦେଶ ମହାଦୀକ୍ଷା !
ମାଆ ଚିହ୍ନେ ପେଟ ନକରି ଆକଟ
ମନକଥା ପାରେ ଜାଣି ;
ଅମୃତ ମଣୋହି ପରଶି ଦିଅଇ
ଭୋକ ଉପାସରେ ରହି !
ବାର ମାସେ ତେର ପାଳଇ. ବରତ
ସନ୍ତାନର. ସୁଖ ପାଇଁ ;
ସୁକଲ୍ଯାଣୀ ସାଜି ଦୁଃଖେ ଦିଏ ହସି
ଉଦାର ହୃଦୟା ସେଇ..!
ରୋଗଶୋକ ବେଳେ ମାଆ ସେବାକରେ
ଉଜାଗରେ ରାତି ବିତେ ;
ତା'କୁହୁକ ସ୍ପର୍ଶେ ଉପଶମ ହୁଏ
ସୃଷ୍ଟିର ବୈଚିତ୍ର୍ୟ ସତେ !
ଊପବାସେ ବିତେ ଦିନ ତା'ର କେତେ
ଅଭାବ କଷଣେ ଥାଇ ;
ଆଧାର ଯୋଗାଡେ ନିଜେ ଲାଗିପଡେ
ଶାବକ ଉଦର ପାଇଁ !
ଶାଶୁ ନଣନ୍ଦରେ ଘର କରିଥାଏ
ମାଡଗାଳି ସହିସହି ;
ଘରକୁ ସଜାଡ଼ି ରହେ ମୁହଁ ମାଡି
ଆହାପଦେ ସତେନାହିଁ !
ସନ୍ତାନ ସନ୍ତତି ମାଆର ସମ୍ପତ୍ତି
ଆଖିର ସପନ ଜ୍ଯୋତି ;
ମାଆ ଜାଣିପାରେ କେ'ଅଛି ସଙ୍କଟେ
ପଣତକୁ ଦିଏ ଢାଙ୍କି !
ଏ'ରମ୍ୟସୃଷ୍ଟିକୁ ଆଣିଛି ଆମକୁ
କେତେବଡ଼ ତା'ର ତ୍ୟାଗ.;
ଦଶମାସ କାଳ ଗର୍ଭେକରି ଭାର
କଷଣ କରିଛି ଭୋଗ. !
ମାଆ ପୂଜ୍ଜ୍ଯାସ୍ପଦା ସମ୍ପଦା ବୀଭବା
ଚିରବନ୍ଦନୀୟା ସଦା ;
ଭକତି ପ୍ରଣତୀ ଦିଅହେ ଅଜାଡି
ପାଦପଦ୍ମେ କରପୂଜା !
ମାତୃ ଦିବସରେ ଶପଥ କରହେ
ମାଆକୁ ଦେବାନି ଦୁଃଖ. ;
ମାଆର ସୁରକ୍ଷା କରିବା ସର୍ବଦା
ହେବାନାହିଁ କେବେ ରୁକ୍ଷ ।