ଜୀବନ ସଂଗ୍ରାମ
ଜୀବନ ସଂଗ୍ରାମ


ମେଲାଇଛି କାୟା ଶୂନ୍ୟ ପବନରେ
ଅଦ୍ଭୁତ ସେ ଅଣୁଜୀବ
ଗିଳି ପକାଉଛି କଳ କାରଖାନା
ଧନୀ ହେଉ କିବା ଗରିବ ।
ରାସ୍ତା ଘାଟ ହୁଏ ନିରବ ନିସ୍ତବ୍ଧ
ବନ୍ଦ ଗମନାଗମନ
ଗୀର୍ଜା ମସଜିଦ ଦେବ ମନ୍ଦିରରେ
ଭକ୍ତ ପ୍ରବେଶ ବାରଣ ।
ହାଟ ଓ ବଜାର ବେପାର ବଣିଜ
ଦପ୍ତର ଡାକ୍ତରଖାନା
ସବୁଠାରେ ଭୟ ଆତଙ୍କର ଛାୟା
ଲୋକ ଯାତାୟତ ମନା ।
ପାଳୁଛନ୍ତି ଗୃହେ ମାର୍ଗ ଦର୍ଶନକୁ
ସ୍ୱଚ୍ଛ ଆଦର୍ଶ ଆଚାର
ମୁହଁକୁ ଘୋଡାଇ ହାତକୁ ସାବୁନେ
ଧୋଉଛନ୍ତି ବାର ବାର ।
ସହରରୁ ଗ୍ରାମ ମହାମାରୀ ରୂପେ
ବ୍ୟାପୁଛି ନବ କୋଭିଡ
ଉଦ୍ଗାରେ ବିଷାଣୁ ଲେଲୀହାନ ଜିହ୍ୱା
କୋକୁଆ ମରଣ ଭୟ ।
କ୍ଷୁଦ୍ର ଅଣୁଜ
ୀବ ଅଦୃଶ୍ୟ ଡ୍ରାଗନ
ବ୍ୟାପକ ମାରକ ଶକ୍ତି
ଲଢ଼ୁଛି ସଂସାର ସଙ୍କଟ ସହିତ
ଅସହାୟ ପରିଣତି ।
ଚାଲୁ ରହିଅଛି ଅବିରତ ଭାବେ
ସଂଗ୍ରାମ ଅନୁସନ୍ଧାନ
ହୋଇ ଉଦ୍ଭାବିତ ଟୀକା ଫଳପ୍ରଦ
ଚାଲୁଛି ଟୀକାକରଣ ।
ସରବ ଜନୀନ ମହାନ ଏ କାର୍ଯ୍ୟ
ଯୁଦ୍ଧ କାଳୀନ ଭିତ୍ତିରେ
ଆଗେଇ ଚାଲିଛି ସମଗ୍ର ଭାରତେ
ସ୍ୱ।ସ୍ଥ୍ୟ କର୍ମୀ ସହଯୋଗେ ।
ସତ୍ୟ ଓ ଅସତ୍ୟ ପାପ ପୂଣ୍ୟ ମଧ୍ୟେ
ସଂଗ୍ରାମ ଏ ଘଡିସନ୍ଧି
ସ୍ୱଚ୍ଛନ୍ଦ ହେଉ ଜୀବନ ଜଗତେ
ପୂଣ୍ୟ ସତ୍ୟ ଲଭୁ ଗତି ।
ସମ୍ମିଳିତ ଆମ ସଫଳ ଉଦ୍ୟମ
ସଚେତନ ସୁକର୍ତ୍ତବ୍ୟ
ସୁରକ୍ଷା କରିବ ମଣିଷ ଜୀବନ
ଭୂତାଣୁ ଅଦୃଶ୍ୟ ମରିବ ।
----+---