STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଆରମ୍ଭ ଓ ଶେଷ

ଆରମ୍ଭ ଓ ଶେଷ

1 min
366


ସମୟ ସେତେବେଳେ

ସୂର୍ଯ୍ୟ ଉଦୟ ଓ ଅସ୍ତ ପରି ମନଲୋଭା

ଅସମୟ ଯେତେବେଳେ

ଅମାବାସ୍ୟା ଅନ୍ଧକାରେ ଖଦ୍ୟୋତ କାରିଗରୀ

ସମୟ ଓ ଅସମୟର ଭୋକ

ଆର୍ତ୍ତନାଦ ସୃଷ୍ଟି କରେ ସାଧୁ ସନ୍ଥ ସରି

ଦୁଖୀ ରୋଗୀ ଅସହାୟଙ୍କ ଆଖି ଲୁହ ପରି

ସମୟ ଛାଇଲେଉଟାଣି ମିଠା ପ୍ରକୃତିରେ

ନୁହେଁ ଜୀବନର ଦ୍ୱାରେ

ଭୋକ ମରିଯିବ ସବୁ ସରିଯିବ ପ୍ରାରବ୍ଧ

ମରି ମରି ଜିଇବାରେ ଲାଭ କଣ

ସମୟ ଅସମୟରେ ଫରକ ବି କଣ

ପେଟ ପୁରିବା ନପୁରିବା

ସମୟର ଦୋଷ ନା ଅସମୟର ଅବଶୋଷ

ବୁଝିହୁଏନା ଯାହା ତାହା ହୋଇପାରେ ଭଲ କବିତା

ଫର୍ଦ୍ଦେ ଫର୍ଦ୍ଦେ ଲେଖି ଚିରେ ସମୟ ଛାତିରେ

ଅସମୟରେ ହସନ୍ତି ସେସବୁ କବିର

ନିପାରିଲା ପଣିଆର ବ୍ୟସ୍ତ ଅସମୟରେ

ସମୟ ଓ ଅସମୟ ଦୁହିଁଙ୍କ ବ୍ୟସ୍ତ ବିବ୍ରତବୋଧ

ଗରୀବର ଛାତି ତଳ ଦୀର୍ଘାନିଶ୍ୱାସ

ଦୁଃଖୀ ରଙ୍କିଙ୍କ ସିମାହୀନ ଶୋଷ

ସୁଖୀ ଭୋଗୀଙ୍କ ଜୀବନ ଭାଗଶେଷ

ସନ୍ୟାସୀ ସାଧୁ ସନ୍ଥ ପାନ୍ଥଙ୍କ କୁଟିଳ ହସ

କବି ଖୋଜୁଛି ମୁଠାଏ ପାଉଁଶ ଭିତରେ ଜୀବନ୍ୟାସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract