STORYMIRROR

Kabiratna Nutan Kumar Behera

Classics Thriller

4  

Kabiratna Nutan Kumar Behera

Classics Thriller

ଜୀବନଟା ଏକ ଉଠାପକା ଖେଳ

ଜୀବନଟା ଏକ ଉଠାପକା ଖେଳ

1 min
208

  

ଦୁନିଆଁରେ ଜୀବନଟା ଏକ ଉଠାପକା ଖେଳ 

ସମୟର ଅଖରେ ବୁଲୁଥାଏ ଉପର ତଳ,

ଭାରସାମ୍ୟତା ହରାଇ ବସିଲେ ହୁଏ ଟଳମଳ

ଜନ୍ମରୁ ମୃତ୍ୟୁ ଯାଏଁ ଏମିତି ହୁଏ ଅଦଳ ବଦଳ।

ମନ ଥିଲେ ସ୍ଵଚ୍ଛ ନିର୍ମଳ ଆକାଶ ପରି 

ଆଲୋକର ଅମିୟ ଧାରା ପଡ଼ୁଥାଏ ଝରି, 

ସୁଖ ଶାନ୍ତି ଆନନ୍ଦର ଖେଳେ ଲହରୀ

ଇପ୍ସିତ ଇଚ୍ଛାକୁ ପ୍ରଚେଷ୍ଟାରେ ହୁଏ ସଫଳ କରି।

ମନରେ ଥିଲେ ଗ୍ଳାନି ଖେଳେ ନୈରାଶ୍ୟର ଢେଉ

ସୀମାରେଖା ଲଙ୍ଘିଯାଏ ସମ୍ଭାଳି ହୁଏନା ଆଉ,

ବୁଡ଼ିଯାଏ ଆଶାର ଭେଳା ଛୁଏଁନା ବେଳାଭୂମିକୁ 

ଉଦ୍ୟମରେ ଯଥେଷ୍ଟ ସାହସ ଥାଉ ଥାଉ।

ଜୀବନର ଉଠାପକା ଖେଳ ହୁଏ ଅନିଶ୍ଚିତ

ଆଶା ଆକାଂକ୍ଷା ଯେତେ ହୋଇଯାଏ ଧୂଳିସାତ,

ମିଛ ପାଲଟି ଯାଏ ସବୁ ଆଖି ଦେଖୁଥିବା ସତ

ପାଣି ଫାଟିଯାଏ ଦେହର ଯେତେ ରକତ।

ଅପେକ୍ଷା କରିବାକୁ ରହେନା ଆଦୌ ଧୈର୍ଯ୍ୟ

ବିଗିଡ଼ି ଯାଏ ଯୋଜନା ବଦ୍ଧ ଯେତେ କାର୍ଯ୍ୟ,

ଦେଖେ ଯିଏ ବ୍ୟସ୍ତ ବିବ୍ରତରେ ହୁଏ ଆଶ୍ଚର୍ଯ୍ୟ

ବୁଝି ହୁଏନା କି ବୁଝାଇ ହୁଏନା ତାର ତାତ୍ପର୍ଯ୍ୟ।

ଜଗତ ଜଞ୍ଜାଳରେ ଆସେ ଅସହ୍ୟ ଯନ୍ତ୍ରଣା

କେବେ ଦିଏ ପ୍ରେରଣା କେବେ କରାଏ ବାଟବଣା,

ହଜିଯାଏ ନିଜର କଳ୍ପିତ ଲକ୍ଷ୍ୟ ଓ ଠିକଣା

ମିଳେ ନାହିଁ ଉଚିତ୍ କର୍ମର ଉଚିତ ପାଉଣା।

ଏକାଗ୍ରତାର ଧ୍ୟାନ ଧାରଣା ବ୍ୟତିରେକ ଜୀବନ

ଉଠା ପକା ଖେଳର ଭାରଦଣ୍ଡ ସମ ଦୋଳାୟମାନ, 

ଅକ୍ଳାନ୍ତ ଶ୍ରମ ସାଧନାରେ ରଖିଥିଲେ ଧ୍ୟାନ 

ଭରସା ବିଶ୍ଵାସ କରିଦିଏ ତା'ର ସବୁ ସମାଧାନ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics