STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ଦୀପାବଳୀ ଭକ୍ତି ଉକ୍ତି

ଦୀପାବଳୀ ଭକ୍ତି ଉକ୍ତି

1 min
250


ମୁଁ ଯୋଗୀ ତୁ ଭୋଗୀ

ମୁଁ ପାପୀ ତୁ ପୁଣ୍ୟ

ମୁଁ ରାଗୀ ତୁ ରାଗ

ମୁଁ ଭୋଗୀ ତୁ ଭୋଗ

ମୁଁ ଗର୍ବୀ ତୁ ମୋ ଗର୍ବ

ମୋ ଠାକୁର ଜଗା

ତୋ କଳା ମୁହେଁ ମତେ ମିଶା

କରନାହିଁ ଲୋକହସା

ଅନେଶତ ନୀତି କାନ୍ତି

ସୁନ୍ଦର ତୋ ବେଶ ପ୍ରୀତି

ଝଲମଲ ତୋର ଠାଣି

ମୁଁ ରୂପ ତୁ ରୁପା

ମୁଁ ଶୁନ୍ୟ ତୁ ସ୍ବର୍ଣ୍ଣ

ମୁଁ ଭିକାରୀ ତୁ ଥାଳି

ଆସୁଛି ଦୀପାବଳୀ

ବାରମାସେ ତେର ଯାତ୍ରାରୁ ଏକ

ତୁ ଦେଇଛୁ ଋତୁ

ମୁଁ ଭୀରୁ ତୁ ବୀର

ମୁଁ ଅଂହକାରୀ ତୁ ମୋ ଅଂହଙ୍କାର

ମୁଁ ନିଦ ତୁ ରାତି

ମୁଁ ସ୍ବପ୍ନ ତୁ ଅସରନ୍ତି ପାହାନ୍ତି

ସବୁ ଅନ୍ଧାର ଜାଳିଦେଇ

ଦୀପାବଳୀ ଦିନ ଆଲୋକ ଜଳିଲେ

ଅନ୍ଧାର ସବୁକୁ ନୀଳକଣ୍ଠ ପରି ପିଇ

ମୁଁ ରୋଗୀ ତୁ ବୈଦ୍ୟ

ମୁଁ ଛାର ତୁ ନୈବେଦ୍ୟ

ମୁଁ ଇର୍ଷା ତୁ ପୂଜା

ମୁଁ ପୂଜକ ତୁ ଧ୍ବଜା

କେମିତି ଜାଳିବି ଅନ୍ଧାରେ ଦିଶୁଛି

ତୋ ମୁହଁ ସତେ ମହାକାଳୀ

ତୁ ସ୍ୱରୂପ ତୁ ଅରୂପ

ତୁ ନିତ୍ୟ ଅନିତ୍ୟରେ

ଅନ୍ଧାର ଆଲୋକ ସମମିଶ୍ରଣରେ

ଆସିଛି ଏ ଯେଉଁ ଦୀପାବଳୀ

ତୋ ମୁହଁ ଦିଶୁଛି ଚାନ୍ଦ ଭଳି

ମୋ ନିଜ ଭିତର ପାପ କଳା

ନେଇଯାଇଅଛୁ ନନ୍ଦବଳା

ମୋ ପରି ଯେତେ ଯିଏ

କଳା ଜାଳି ମନ ହୃଦ ଧୁଏ

ତୋ କଳା ସବୁ ଦିଶୁଥାଏ

ମୁଁ ପାପ କରେ ତୁ ତପି

ମୁଁ ଭୁଲ କରେ ତୁ ଜପ ଜପି

ଅନ୍ଧାରୁ ଦେଖାଉ ଆଲୋକ

ଦୀପାବଳୀ ପରି ପର୍ବ ସାକ୍ଷୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics