STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଅର୍ପଣ

ଅର୍ପଣ

1 min
322


ଅର୍ପଣ ବେଳେ ଚନ୍ଦନ ତୁଳସୀ ଜଳେ

ତୁମ ମୁହଁ ଢଳଢଳ

ସମୁଦ୍ର ଆଜି ଚିଲିକା ପରି

ଶାନ୍ତ କଳକଳ

ତୁମ ଦୁଇ ଆଖିରେ ନୀଳ ଦରିଆ

ଦିଶୁଛି ଛଳଛଳ

କେଉଁ ଯାଦୁରେ ବନ୍ଦୀ କଲ

ଆଖିରେ ଏତେ ନୀଳ

ଟୋପାଏ ମାଖି କିଏ ଲେଖିଛି ଦେଖି

ଜୀବନ ଦୁଇ କୂଳ

ମନ ହୃଦୟେ କରିଛି ବନ୍ଦୀ ଓ ସନ୍ଧି

ନାହିଁ ଯା ଥଳକୂଳ

ତୁମ ମଥାର ମଣି ଦେଖାଏ ଠାଣି

ଟାହିଆ ଟଳମଳ

ପହଣ୍ଡି କରି କେ ନେବ କୁହ ତୁମକୁ

ଦାରୁ ଦିଅଁଙ୍କ ବାଙ୍କଚୁଳ 

ସେଵା ଯୋଗାଇ ସେବାୟତ ଭାଇ

ପାଏନି ଯଦି ମୁନ୍ଦେ ଜଳ

ନୀଳ ସାଗର ନୀଳ ଆକାଶେ ନେଳିଆ ପକ୍ଷୀ

କରୁଛି ଗୋଳମାଳ

ଭକ୍ତି ଭାବରେ ଭକ୍ତ କହୁଛି

ଧରିଥା ଧଣ୍ଡାମାଳ

ପଥର ଲାଗେ ପତର ପରି ଏଠାରେ 

ଲାଗିଲେ ଜଗା ପ୍ରେମ ନୀଳ

ନୀଳ ରଙ୍ଗରେ ଏତେ ଫେନିଳ

ଆଖି ଲୋତକେ ଛଳଛଳ କାଳକାଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract