STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ମିଗଜୋମ

ମିଗଜୋମ

1 min
231


ସେ ଆସେ ପ୍ରେମରେ ବିନା ସଂକେତରେ

ପ୍ରେମରେ ଗଢେ କିଏ ନୀଡ଼ ଭାଙ୍ଗେ ଆସି ଝଡ଼ 

ସମ୍ପର୍କରେ ବିନା ସଂକୋଚରେ

ରକ୍ତ ଅବା ସାମାଜିକ ସ୍ତର କିମ୍ବା ଉର୍ଦ୍ଧ

ରୋଗରେ ବିନା ନିମନ୍ତ୍ରଣରେ

ଦୋହଲାଇ ଦିଏ ନଶ୍ୱର ଦେହର ଇଶ୍ୱରଙ୍କୁ

ଔଷଧ ସଙ୍ଗେ ସାଲିସ ଅବା ଯୋଗ ବାୟାମ ପଲିସ

ଭାଉରେ ସର୍ତ୍ତ ସ୍ୱାର୍ଥ ଅଂହଙ୍କାର ଧରି

ସ୍ୱାର୍ଥପର ଓ ନିସ୍ଵାର୍ଥପର ଧ୍ୱନି ପ୍ରତିଧ୍ୱନି

ରାଗରେ ଗୀତ ଲୟ ତାଳ ସ୍ୱର ସମୁଦ୍ରରେ

ଜୁଆର ଭୟ ଭଟ୍ଟା ସୁଅରେ

ଭୋଜନ ବିଭାଜନ ତିଥି ପ୍ରହରରେ

ଅତି ରୁ ଇତି ଲେମ୍ଭୁ ଚୂପୁଡ଼ିଲେ ପିତା ପରି

ଶୟନ ସ୍ବପ୍ନ ରାତ୍ରୀ ବେଳାର ନିଶବ୍ଦ ପ୍ରହରେ

ନିଦରେ ନାଦ ପରଂବ୍ରହ୍ମ ଚିନ୍ତା ଚେତନାରେ

ପାଣି ଜଳ ପବନ ବେଗ ଆବେଗ ତୃପ୍ତି ଓ ପ୍ରାପ୍ତିରେ

ଶାନ୍ତି ଆଶାନ୍ତିର ପଦଚିହ୍ନ କରାଘାତ ଓ କୁଠରାଘାତ

ଜୀବନ ଜୁଇ ରୁ ମଶାଣୀ ଜୁଇ ଭିତରେ

ସମ୍ବେଦନ ସଚେତନ ଦ୍ରବଣ ଓ ଦ୍ରାବକ ଭିତରେ

ଜୀବନ ଜୁଆର ଓ ପ୍ରେମର ସାଗର

ପ୍ରେମ ଥେରାପି ଓ ଆବେଦନ ଖାରଜ ନାରାଜରେ 

ଅବାପାତ ନିଶ୍ଚୟ ଅଛି ଶେଷ ଇତିରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract