STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଦୀପାବଳୀ

ଦୀପାବଳୀ

1 min
328


ଜାଳି ଅନ୍ଧାର ଓ ଅନ୍ଧାରୀ ମୁଲକ

ଆଲୋକିତ କରିବାକୁ ଏ ଗୋଲକ

ଆସ ମାଆ କାଳୀ

ଦିଅ ଜାଳି ପାପ ମିଛ ସ୍ୱାର୍ଥ ଓ ସର୍ତ୍ତ

ପୁଣ୍ୟ ଓ ସତ୍ୟ ହେଉ ଉଦ୍ଭାସିତ

ପୁରି ଯାଉ ଅସ୍ୱଛ ଗର୍ତ୍ତ

ଆସ ଆସ ପିତୃପୁରୁଷ

କୁହ କାନେ ସେଇ ପଥ ହେ ପାନ୍ଥ

ତୁମେ ଏବେ ସତ୍ୟ ଶିବ ସୁନ୍ଦର ଅନେଶତ

ମାଗୁ ଭିକ୍ଷା ଜାଳି ତିତିକ୍ଷା

ବତାଅ ସେହି ଆଲୋକିତ ପଥ 

ଜାଳି ଦୀପାଳି ଫେରିପାଇବାକୁ

ଯାହା ସବୁ ନୁହେଁ ସ୍ଥିରିକୃତ

ଅପରିମାଣଦର୍ଶିତା ଜଳିଯାଉ ଜ୍ଞାନ ଆଲୋକରେ

ହେବାକୁ ମର୍ଯ୍ୟାଦାବନ୍ତ ପଥ କୁସୁମିତ

ଅଶରିରୀ ଆର୍ଯ୍ୟ

ତୁମ ଅନୁଭୂତି ବଳ ବୁଦ୍ଧି ବୀର୍ଯ୍ୟ

କହିଯାଅ ଆଲୋକରେ ଦିବ୍ୟଜ୍ଞାନ ଦିଅ ଥରେ

ଜଳିଯାଉ ନିଜ ଭିତର ଅହଂ

ଉଠିଯାଉ ଭେଦ ଭାବ ପାଚେରୀ ଯୁଦ୍ଧ

ମଣିଷପଣିଆ ଜାଗୁ ଦେଶ ଦଶ ହିତେ

ଅଢେଇ ଦିନର ବଡେଇ ଭାଙ୍ଗିଯାଉ ପରହିତେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract