STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଜୀବନ

ଜୀବନ

1 min
327


ଜୀବନ ଲାଗୁଛି ମୃଦତୃଷ୍ଣା ପରି

ବେଳ ଅବେଳରେ ଭାରି

ଜୀବନ ଲାଗୁଛି ପଦ୍ମ ପତରେ

ଢଳ ଢଳ ଜଳ ସରି।

ଜୀବନ ଗାଉଣା ବାଜୁଛି ନାଚୁଛି

ପ୍ରକୃତି ବରଷା ବାରି

ଜୀବନ ସଂଗୀତ ସାତସ୍ୱର ତୋଳି

ପଡ଼େ ଅମୃତ ଝରି।

ଜୀବନ ଏମିତି ଅଣଚାଷ ପବନଟେ

ନେଉଛି ଆହୁଲା ମାରି

ମଝି ଦରିଆରେ ନାଉରୀ କହୁଛି

କେମିତି ହୋଇବା ପାରି।

ନାହିଁ ଘାଟ ନାହିଁ ଘଟ ଜୀବନକୁ

ଦେବାକୁ କାହିଁ ଉତ୍ତାରି

ସଭିଏଁ ଏଠାରେ ଦି ଦିନ କୁଣିଆ

ଖେଳ ସାରି ଯିବା ଫେରି।

ମଣିଷ ବାନ୍ଧୁଛି ପସରା ଅସରା

ସାଙ୍ଗରେ ନେବାକୁ ଧରି

ପାପ କେତେ ପୁଣି ପୁଣ୍ୟ କେତେ

ଜାଣିଛନ୍ତି ସିନା ହରି।

ମିଛ ଏ ଜୀବନ ପାଣିର ଫୋଟକା

ଫୁସୁକିବ କର୍ମ ଆବୋରି

ଆଜି ନଥିବ କାଲିକି ଦି ଦିନ ବୋଲି

ପଡୁଥିବ ଯାହା ହୁରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract