STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ବନ୍ଧୁ ମିଳନ

ବନ୍ଧୁ ମିଳନ

1 min
393

ବନ୍ଧୁ ମିଳନ ଏକ ସୌଭାଗ୍ୟ ଦିନ

ଅଢେଇ ଦିନ ସ୍ବପ୍ନରେ ବାସ୍ତବ ଚନ୍ଦନ।


ବନ୍ଧୁ କଥା ପଦେ ତୁଟେ ଅଭିମାନ

ବନ୍ଧୁ ପଣେ କୃଷ୍ଣ ସୁଦାମା ଉଦାହରଣ ।


ସୁଖର ସରସୀ ପୂର୍ଣ୍ଣକଳସୀ ବନ୍ଧୁ ଦର୍ଶନ

ମନ କଥା ଖୋଲି କହିଦେଲେ ଦୁଃଖ ହରଣ ।


ସଖା ସହୋଦର ବନ୍ଧୁ ଠାରେ ମନ

ବନ୍ଧୁ ଟିଏ ଯିଏ ପାଇଛି ସେ ଭାଗ୍ୟବାନ ।


କେବେ ଅସମ୍ମାନ କରେନା ହୃଦଚନ୍ଦନ

ପଛାଏନା ବନ୍ଧୁ ଦେବାକୁ ସୁସମ୍ମାନ ।


ବନ୍ଧୁ ପରି ଜଣେ ବନ୍ଧୁ ଶୀତଳ ଚନ୍ଦନ

ବନ୍ଧୁମେଳେ ମିଳେ ଶାନ୍ତି ପ୍ରୀତି ସୁମନ ।


ବନ୍ଧୁର ପଥରେ ବନ୍ଧୁଟିଏ ତୋଳେ ଫଗୁଣ

ଦୁଃଖ ନଈରେ ସୁଖର ଧାରା ଶ୍ରାବଣ ।


ଭାଗ୍ୟ ଅନୁକୂଳ କରେ ବନ୍ଧୁ ଦର୍ଶନ

କଥାରେ କୈବଲ୍ୟ ଅମୃତ ହୃଦସ୍ପନ୍ଦନ ।


ସୁଖସାରଣୀରେ ବନ୍ଧୁଟେ ସମ୍ମୋହନ

ବନ୍ଧୁ ଯିଏ ସିଏ ଡେଇଁ ପାରେ ବାଧା ବନ୍ଧନ ।


ବନ୍ଧୁ ମିଳନ ସୌହାର୍ଦ୍ୟ ବାତାବରଣ

ସୁଖ ଦୁଃଖ ପରସ୍ପର ଆଦାନ ପ୍ରଦାନ ।


ଦେଖିଦେଲେ ଭାଙ୍ଗେ ସାତପାହାଡ଼ ଅଭିମାନ

ବନ୍ଧୁହେ ତୁମକୁ ଅଭିନନ୍ଦନ ଅଭିନନ୍ଦନ ।


Rate this content
Log in

Similar oriya poem from Inspirational