STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଆନ୍ଦୋଳନ

ଆନ୍ଦୋଳନ

1 min
79


ଶବ୍ଦମାନେ ପଇଁତରା ମାରୁଛନ୍ତି

କିଏ କଳ ବଳ କୌଶଳ ନେଇ

ଆନ୍ଦୋଳନ କରିବା ପାଇଁ

ଇସ୍ତାହାର ପାଇଁ ଶବ୍ଦ ଅଭାବ ନାହିଁ

ନେଇ ଆଣି ଥୋଇବାକୁ

ଲୋଡ଼ା କବିପଣ, ସାହିତ୍ୟମନସ୍କ କେହି

ଯିଏ ଶୋଇପାରିବ ଶରଶଯ୍ୟାରେ

ଅନ୍ୟ ଏକ ଭୀଷ୍ମ ହୋଇ

ଲେଖିପାରିବ ଆଉ ଗୋଟେ ମହାଭାରତ

ଭାବନା ଓ କର୍ମକୁ ନିୟନ୍ତ୍ରିତ କରି କରାଇ

ଡାକ ନଥିବ ଯୁଦ୍ଧ ଦେହୀ

ନଥିବ ଭାଇ ଭାଗ ବଣ୍ଟା

ତେବେ ଆନ୍ଦୋଳନ ହେବ କାହିଁ

ସେଇ ଏକା କଥା ଅଧିକାର

ସେଇ ଏକା ଚିନ୍ତା ଉପଚାର

ସେହି ଏକା କର୍ମ କିନ୍ତୁ ଶବ୍ଦ ସବୁ ନିସ୍ତବ୍ଧ

କିଛି କ୍ଷଣ ନୀରବତା

ଆଣିଦେବ ଜାଗୃତି ସଂହତି ଶିଷ୍ଟାଚାର

ଶବ୍ଦ ଆନ୍ଦୋଳନ ପାଇଁ

ଯାହାର କେବେ ବି ମୃତ୍ୟୁ ନାହିଁ

ବହି ଲେଖ ନଲେଖ ଯାଏ ଆସେ ନାହିଁ

ଯୁଗାନ୍ତକାରୀ ହେବ ନିଶ୍ଚେ

ସର୍ତ୍ତ ଓ ସ୍ୱାର୍ଥ ଉର୍ଦ୍ଧରେ ଆନ୍ଦୋଳନ

ନୂଆ ଇତିହାସ ନହେଲେ ନାଇଁ

ଲାଗିବ ଯେମିତି ଭାଙ୍ଗିଗଲା ଅମୃତ ମଣୋହୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract