STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ରୁପାନ୍ତର

ରୁପାନ୍ତର

1 min
250


ସଁବାଳୁଆ ରୁ ପ୍ରଜାପତି

ବାରମାସୀ ଋତୁରେ ହୁଏ ରୁପାନ୍ତର

କେହି କହେ ଘଟାନ୍ତର

ଦୃଶ୍ୟ ବଦଳିବା ଘଟ ବଦଳିବା ଏକା କଥା ନୁହେଁ

ମନ ମାନିଲେ ଆଖି ବୁଝେନା

ଆଖି ମାନିଲେ ସତ୍ୟ ତ ସବୁବେଳେ ସତ୍ୟ

କୋଉଟା କ୍ଷଣିକ କୋଉଟା ଆଉ ଜମା ମିଳେନା

ବୁଝିବାକୁ ହେବ

ବଦଳେ ଦୁନିଆଁ ଯେହେତୁ ପାରିବର୍ତ୍ତନଶୀଳ ସବୁକିଛି

ଚାଳ ଘର ପକ୍କା ହେବା ପୁଣି କଂକ୍ରିଟରେ

ଚପଲ ଜୋତା ହେବା ପୁଣି କାନଭାସରେ

ଚୁଟି ବି ଜଟ ହୁଏ ତେଲ ନଥିଲେ ଅବା ସନ୍ୟାସୀ ହେଲେ

ଏସବୁ କଣ ଘଟାନ୍ତର? ନୁହେଁନା

ତେବେ ରୁପାନ୍ତରର ସଂଜ୍ଞା କଣ କେଜାଣି

ପ୍ରଶ୍ନ ଅଛି ମାନେ ଉତ୍ତର ଥିବ ନିଶ୍ଚୟ

କିଏ କିଏ କହନ୍ତି ବୁଦ୍ଧଙ୍କର ରୁପାନ୍ତର

କେଇଜଣ ଦାବୀ କରନ୍ତି

ସମୁଦ୍ର ଭିତରେ ନଈ

ଆକାଶରେ ନୀଳ କଇଁ ନାମ କହି

ପାତାଳକୁ ସୀତା ଚାଲିଯିବା କଥା କହି

ଏସବୁ ରୁପାନ୍ତରର ଉଦାହାରଣ ଦେଇ

ମନ ଯଦି ବୁଝେ ଆଖିତ ବୁଝେନା

ଆଖି ବୁଝିଗଲେ ହୃଦୟ ବୁଝେନା ଦିଅନ୍ତି କହି

ପିଲାଦିନର ଶିଶୁ କୈଶୋର ଯୁବକ ପ୍ରଉଢ଼ ବର୍ଦ୍ଧକ୍ୟ

ରୁପାନ୍ତର ନିଶ୍ଚୟ ବହି ଲେଖିଛି ବିହି ବା ବିହି ଲେଖିଛି ବହି

ଫୁଟିଲା ଫୁଲ କି ଫୁଟେ ଆଉଥରେ ଫୁଟେ ସିନା ଫୁଲକଢ଼ି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract