STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଶୀତ

ଶୀତ

1 min
315


ଟିକେ ନିଆରା ଛୁଆଁ ଓ ସ୍ପର୍ଶ

ଶୀତ ଦିଏ ବସେ ମିତ

ଶୀତ ଭିତରେ ଲୁଚି ରହି ଋତୁ

ଛପି ଛପି ଆସେ ହେମନ୍ତ

ରୁଗ୍ଣ ମନ ବେଗମତୀ ନଈ ହୋଇ

ଶୀତରେ ଯେମିତି ଜୀବନ୍ତ

ଓଢଣୀ ଲାଗି ହୋଇ ଜଗନ୍ନାଥ

ଦିବ୍ୟ ଦର୍ଶନ ମନ ପ୍ରଫୁଲ୍ଲିତ

ବର୍ଷାରେ ଖରାରେ ଛତା ପରି

କମଳ ଚାଦର ଆଦର ବହୁତ

ଉଷ୍ମ ପାଇବାକୁ ଧୂନି ଗାଁ ଦାଣ୍ଡେ

ଗହଳିର ରୂପ ଅବପାତ

ନିଧି ବୁଢା ଥୁରୁ ଥୁରୁ ହାତେ

କହି କହି ରଖ ଜଗନ୍ନାଥ

ମନ ଓ ହୃଦୟେ ପାଏ ଉଷୁମ ବହୁତ

କୁହୁଡି କାକର ପରି ଶବ୍ଦ ଅନେଶତ

କବି ଓ ଗାଳ୍ପିକ ଶବ୍ଦ ଗୋଟାଇ ବହୁତ

ଭେଟି ଦିଏ ଆଲୋକର ପଥ

ବୁଝିବାକୁ ଲୋଡ଼ା ଯେଉଁ ମନ ମୁନ ଚୈତନ୍ୟ

ଆଣିଦିଏ ହେମନ୍ତର ଅଳ୍ପ ଅଳ୍ପ ଶୀତ

ମାଘର ବାଘୁଆ ଶୀତରେ ଗାଁରେ ଜାଡ଼

ସହରଟା ଶୂନଶାନ ଚାରିଆଡ଼

ନେତି ଆଈ ଭାଜୁଛି ମୁଢ଼ି ଉଖୁଡା ଖଇ

ଚୁଲି ନିଆଁ ଧାସେ ତା ମୁହଁର ଦ୍ରଘିମା ରେଖାସବୁ

ଆଇନାକୁ ଧୋକା ଦେଇ ନଥାଏ କୁଞ୍ଚିତ

ବୋଲୁଥାଏ ମାଣିକ ଗଉଡ଼ୁଣୀ ଗୀତ

ସକାଳ ପାହିଲେ ନିଜେ ମାଣିକ ପରି

ପସରା ଧରି ଦ୍ୱାରେ ଦ୍ୱାରେ ଡାକେ

ମୁଢ଼ି ନେବ ମୁଢ଼ି ଶୀତ ଯିବ ଛାଡ଼ି

ତା ରଡ଼ିରେ ଚାଦର ତଳ ଶୀତ ଅପହୃତ

ଶୀତ ସକାଳର ମୁଢ଼ି ପସରାରେ

ବୁଢ଼ୀ ପରି କେତେ କାର ଜୀବନ ସଂଗୀତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract