STORYMIRROR

Dr. Rajib Lochan Panigrahy

Fantasy Thriller

4  

Dr. Rajib Lochan Panigrahy

Fantasy Thriller

ଶୀତ ରାଣୀ

ଶୀତ ରାଣୀ

1 min
232

ଅସହ୍ୟ ନିଦାଘରୁ

ଆଉ ନାହିଁ ନିସ୍ତାର

ଏବେ ଖାଲି ଦହନ

ବର୍ଷସାରା ତୁମ

ଅସହ୍ୟ ଜ୍ୱାଳା

ଏବେ ତୁମେ

ହୋଇଛ ଶାନ୍ତ ଶୀତଳ

ମୃଦୁ ସମୀରଣେ ତୁମ

ହାଲୁକା ହାଲୁକା ସ୍ପର୍ଶ

ଲାଗୁଛି ଭାରି ଭଲ

ତୁମ ସମୀରରେ

ମଲ୍ଲୀ ମାଳତୀ ହେନା ର

ମହାମହ ବାସ୍ନା

ମୋହିଦିଏ ହୃଦୟ 

ଜୁଇ ଜାଇ ସେବତୀ

ଭରା ସୋରିଷ ଫୁଲର କ୍ଷେତ

ଲାଗେ ସ୍ନିଗ୍ଧ କମନୀୟ

ହଳଦୀ ରଙ୍ଗର ଶାଢ଼ୀ ରେ

ଧରଣୀ ଲାଗେ ମନୋରମ

ତୁମ ଶୀତଳ ସ୍ପର୍ଶ

ଏମିତି ଦେଉଥାଅ ସାରା ବରଷ

ଲାଗୁଥିବ ଭାରି ହରଷ

ତୁମ ଆଗମନ ଏବେ

ଲାଗେ ଭାରି ମନଲୋଭା

ଯେବେ ଗାଲିଚାରେ

ଦିଶେ କାକର ଓ

ଚାହା ପତ୍ରରୁ ଉଠେ

ବାସ୍ନା ଓ ଉଷୁମ ବାମ୍ଫ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy