ଶୀତ ରାଣୀ
ଶୀତ ରାଣୀ
ଅସହ୍ୟ ନିଦାଘରୁ
ଆଉ ନାହିଁ ନିସ୍ତାର
ଏବେ ଖାଲି ଦହନ
ବର୍ଷସାରା ତୁମ
ଅସହ୍ୟ ଜ୍ୱାଳା
ଏବେ ତୁମେ
ହୋଇଛ ଶାନ୍ତ ଶୀତଳ
ମୃଦୁ ସମୀରଣେ ତୁମ
ହାଲୁକା ହାଲୁକା ସ୍ପର୍ଶ
ଲାଗୁଛି ଭାରି ଭଲ
ତୁମ ସମୀରରେ
ମଲ୍ଲୀ ମାଳତୀ ହେନା ର
ମହାମହ ବାସ୍ନା
ମୋହିଦିଏ ହୃଦୟ
ଜୁଇ ଜାଇ ସେବତୀ
ଭରା ସୋରିଷ ଫୁଲର କ୍ଷେତ
ଲାଗେ ସ୍ନିଗ୍ଧ କମନୀୟ
ହଳଦୀ ରଙ୍ଗର ଶାଢ଼ୀ ରେ
ଧରଣୀ ଲାଗେ ମନୋରମ
ତୁମ ଶୀତଳ ସ୍ପର୍ଶ
ଏମିତି ଦେଉଥାଅ ସାରା ବରଷ
ଲାଗୁଥିବ ଭାରି ହରଷ
ତୁମ ଆଗମନ ଏବେ
ଲାଗେ ଭାରି ମନଲୋଭା
ଯେବେ ଗାଲିଚାରେ
ଦିଶେ କାକର ଓ
ଚାହା ପତ୍ରରୁ ଉଠେ
ବାସ୍ନା ଓ ଉଷୁମ ବାମ୍ଫ ।।
