STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ନବଗୁଞ୍ଜର

ନବଗୁଞ୍ଜର

1 min
357


ଉତ୍ତରା ପବନ ଆଣିଛି ଶୀତ

ଦୀପାବଳୀ କାର୍ତ୍ତିକ ପୂର୍ଣ୍ଣମୀ ଗୀତ

ମଗୁଶିର ଗୁରୁବାର ଲଷ୍ମୀ ପାଦ ପଦ୍ମ ଚିତ୍ର

ପ୍ରଥମା ଅଷ୍ଟମୀ ଭାର ଏଣ୍ଡୁରି ହିତ

ପୁବେଇ ପବନ ଧାନର ମିତ

ଗାଇ ପାଇଁ ପାଳ କୁଟା ଭଲ ବହୁତ

ପଶ୍ଚିମା ପବନ ଜରର ମୂଳ

ଫୁଲ ପତର ଫଳରେ ଭାଙ୍ଗିବ ଡ଼ାଳ

ଭାଙ୍ଗିଯାଇଥାଏ ଆମୂଳଚୂଳ

ଇଶାନ ପବନ ମାଛମରାକୁ

ଚୁନା ମାଛକୁ ବେସର ପାଟି ସୁଆଦିଆ

ରୋଗ ବ୍ୟାଧି ଉପଶମକୁ

ଆଗ୍ନେୟ ପବନ ଆଖି ଧରାକୁ

ନୟନ କଜ୍ଜ୍ୱଳ ଗାର ବହଇ ରୁଧିର

ବଇଦ କତିକି ଦଉଡିବାକୁ

ନୈରତ ପବନ ରବିକୁ ଭଲ

ନବଗ୍ରହ ତାକୁ କରନ୍ତି ଗେଲ

ରବି ନବଗ୍ରହେ ପ୍ରଥମ ଅଧିପତି

ନଥାଏ ଡର ହୋବ ଭେଲ ବରଂ ଭଲ

ବାୟବ ପବନ କରଇ ସମତୁଲ

ଜୟ ଜୟ ଗଗନେ ଫୁଟେ ରଙ୍ଗୀନ ଫୁଲ

ଦକ୍ଷିଣା ପବନ ସବୁରି ହିତ

ଶୀତ ପରି ତା ସଙ୍ଗେ ବସିଲେ ମିତ

ଧରା ଉଷତ ଆଶ୍ଵସ୍ତ ଶାନ୍ତି ଦିଏ ବହୁତ

ପବନ ଆମ ଜୀବନ ଅମ୍ଳଜାନ ଉଦଯାନ

ନିଶ୍ୱାସେ ପ୍ରଶ୍ୱାସେ ବିଶ୍ୱାସେ ଜୀବନେ 

ପବନେ ପ୍ରୋତ୍ସାହନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract