STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ହେମନ୍ତର ନିମନ୍ତ୍ରଣ

ହେମନ୍ତର ନିମନ୍ତ୍ରଣ

1 min
252


ଲେଖିଛି ଚିଠି ହେମନ୍ତ ଏଠି

ଆସ ଆସ ଦେବୀ କାଳୀ

ରାବଣ କିଏ ରାମ କିଏ

ଦେଖିବ ଗୋଟି ଗୋଟି

ଆଲୋକ ଜାଳି ଦେଖିବା ପଥ

ଆଜିବି ଅଛନ୍ତି ରାବଣମାନେ

ପଥ ପ୍ରାନ୍ତେ ଲୁଚି ଛପି

ମରା ମରା କହି ରାମ ହୋଇ

ଦେବା ଶିକ୍ଷା ଦୀକ୍ଷା ଦୂରେଇ ତିତିକ୍ଷା

ଆସ ମା କାଳୀ ଜାଳି ଦୀପାଳି

ଦେଖିବା ପଥ ପାଇ ନିସ୍କୃତ

ଖୋଜି ଅସୁର ବହେ ରୁଧିର

ପାପ ଅନ୍ଧାର ପୁଣ୍ୟର ଦୀପ

ସଙ୍ଗେ ପିତୃପୁରୁଷେ ମିଳି

ଦେବା ହୁଳହୁଳି ଦୂରେଇ କଳି

ଆଲୋକ ବାର୍ତ୍ତା ଜଗତକର୍ତ୍ତା

ଦିଅନ୍ତି ହସ ବର୍ଷକୁ ବର୍ଷ

ଦୀପାବଳୀର ଆଲୋକ ପର୍ବ

ପାଳି ସଂସ୍କୃତି ପରମ୍ପରା ପ୍ରୀତି

ରାମରାଜ୍ୟ ପ୍ରତିଷ୍ଠା କରି

ଆସୁରିକ ଶକ୍ତି ସଂହାରି

ଆସ ମାଆ କାଳୀ ରଖି ନିମନ୍ତ୍ରଣ

ଜାଳି ଆଲୋକ କରୁ ଆମନ୍ତ୍ରଣ

ହେମନ୍ତ ଗାଏ ସଂସ୍କୃତି ଗୀତ

ବଡବଡୁଆ ଅନ୍ଧାରେ ଆସ

ଆଲୋକେ ହସ ମାଆ କାଳିଙ୍କ ସ୍ପର୍ଶ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract